ଭିକ୍ଷାରେ ଯାହା ପାଆନ୍ତି ଦାନ କରିଦିଅନ୍ତି ; ନିଜ ଦାନ ଗୁଣ ପାଇ ନିଜ ଅଞ୍ଚଳରେ ପରଚିତ ଦୃଷ୍ଟିବାଧିତ

ଆଖି ନଥିବାର ଦୁଃଖ ନାହିଁ। ଦାରିଦ୍ର୍ୟର କ୍ଷୋଭ ବି ନାହିଁ । କିଛି ନଥାଇବି ନିଜକୁ ବେଶ୍ ସୁଖୀ ବୋଲି ଭାବୁଥିବା, ଭିକ୍ଷା ମାଗି ଦାନ କରୁଥିବା ଦୃଷ୍ଟିବାଧିତ ବ୍ୟକ୍ତି ମହାକାଳପଡାର ମଙ୍ଗୁଳି ବସନ୍ତିଆ ।

59ମମମମମମ

କନକ ବ୍ୟୁରୋ: ବଡ ସାଆନ୍ତେଙ୍କ ଭାବରେ ବିଭୋର ଦିବ୍ୟାଙ୍ଗ ମଙ୍ଗୁଳି ବସନ୍ତିଆ । ସବୁ କଷ୍ଟ ପରେ ବି ମନରେ ତାଙ୍କର ଅମାପ ସନ୍ତୋଷ, କାରଣ ତାଙ୍କ ମନରେ ପରା ବସିଛନ୍ତି ଜଗତର ନାଥ ଜଗନ୍ନାଥ।  ବଢିଲା ବୟସରେ ଆଖି ଦୁଇଟି ଖରାପ ହୋଇଗଲା, ଆଖିର ଜ୍ୟୋତି ଚାଲିଗଲା, ହେଲେ ମନର ଆଖିକୁ ଠାକୁରେ କିନ୍ତୁ ଖୋଲିଦେଲେ।  ଆଖି ଯିବା ପରେ ଅନ୍ୟ  କିଛି କରି ଜୀବନ ବଞ୍ଚାଇବା ତାଙ୍କ ପକ୍ଷେ ସମ୍ଭବ ନହେବାରୁ ଭୀକ୍ଷାବୃତ୍ତିକୁ ଆପଣାଇଲେ । ସେବେଠୁ ଆଜିଯାଏଁ ଭୀକ୍ଷା ହିଁ ପାଲଟିଛି ତାଙ୍କ ପେଟପାଟଣା, ଆଉ ଭୀକ୍ଷା କରି ସେ ଧନୀ ପାଲଟିଯାଇଛନ୍ତି।  କଥାଟା ଟିକେ ଅଜବ ଲାଗିଲା ନାଁ। 

ଦୃଷ୍ଟି ବାଧିତ ହେଲେ ବି ମଙ୍ଗୁଳିଙ୍କ କଣ୍ଠରୁ ଅହରହ ଝରିପଡେ ମହାପ୍ରଭୁଙ୍କ ଭଜନ , ଜଣାଣ। ଯେଉଁ ମନ୍ଦିର ପାଖରେ ବସନ୍ତି ସେଠାରେ ବାଜୁଥିବା ଗୀତ ଶୁଣି ଶୁଣି ସବୁ କଣ୍ଠସ୍ଥ କରନ୍ତି, କଣ୍ଠସ୍ଥ ନୁହେଁ ତ ପୁରା ଆତ୍ମସ୍ଥ କରିନେଇଛନ୍ତି। ଆଉ ଏହି ଗୀତ ଗାଇ ଗାଇ ଭୀକ୍ଷା କରନ୍ତି। ମଙ୍ଗୁଳିଙ୍କ ବାବଦରେ ଗୋଟେ ବଡ କଥା ହେଉଛି ସେ ଦିନକୁ ଭୀକ୍ଷା ବୃତ୍ତି କରି ଦିନକୁ ଯାହା କିଛି ବି ରୋଜଗାର କରନ୍ତି ସେଥିରୁ ୯୦ ଭାଗ ମନ୍ଦିର ହୁଣ୍ଡିରେ ପ୍ରଭୁଙ୍କ ସେବା ଲାଗି ପକାନ୍ତି। ଆଉ ବାକି ୧୦ ପ୍ରତତିଶତ ଅର୍ଥରେ ଯାହା ବି ବଂଚେ ସେଥିରେ ଘର ଚଳାନ୍ତି। ସେଇ ସ୍ବଳ୍ପ ଅର୍ଥରେ ବି ଘରର ଦାୟୀତ୍ବରେ ସେ କେବ ଉଣା କରିନାହାଁନ୍ତି। ପରିବାର ପ୍ରତିପୋଷଣ ଠାରୁ ଆରମ୍ଭ କରି ଝିଅ ବାହାଘର ସବୁ କରି ଦାୟତ୍ବ ପୂରଣ କରିଛନ୍ତି।
 
 ଖାଲି ଏତିକିରେ ମଙ୍ଗୁଳିଙ୍ଗ ବଡପଣ ସରୁନି।  ଈଶ୍ବର ସିନା ଶରୀର ଗଢିବାରେ ଛୋଟ କରିଦେଲେ କିନ୍ତୁ ବିଶାଳ ମନ ଓ ହୃଦୟଟିଏ ଦେଲେ। ମଙ୍ଗୁଳିଙ୍କ ମନରେ ଗୋଟିଏ ବିଚାର ଥିଲା, ସବୁବେଳେ ଲୋକଙ୍କଠାରୁ ମାଗି ଚଳୁଛନ୍ତି ।ଥରେ ସେହି ଅର୍ଥରେ ଲୋକଙ୍କୁ ଖାଇବାକୁ ଦେବେ। ସେଥିପାଇଁ ୩୦ ହଜାର ଟଙ୍କା ସଞ୍ଚୟ କରି ରଖିବା ପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ୫୦୦ରୁ ଅଧିକ ଲୋକଙ୍କୁ ଅନ୍ନ ଭୋଜନ ଦେଇଥିଲେ। ତାଙ୍କର ଏଭଳି କାମ ପାଖାପାଖି ଇଲାକାରେ ତାଙ୍କୁ ପରିଚିତ କରିଛି। 

ମଙ୍ଗୁଳିଙ୍କ ପାଖରେ ନିଜର ବୋଲି ପାହୁଣ୍ଡେ ଜାଗା. ନାହିଁ।  ଗାଁ ଲୋକଙ୍କ ସହାୟତରେ ଯେଉଁ ଅନାବାଦି ଯାଗାଟିଏ ମିଳିଛି ସେଥିରେ ସେ ୪୦- ବର୍ଷ ହେବ ରହିଆସୁଛନ୍ତି।  ଘର ପାଇଁ ପ୍ରଶାସନ ଟଙ୍କା ଦେଇଥିଲେ ଯେ ହେଲେ ମଙ୍ଗୁଳିଙ୍କ ଦେହ ଖରାପ ହେବାରେ ଚିକିତ୍ସାରେ ସବୁ ଖର୍ଚ୍ଚ ହୋଇଗଲା । ହେଲେ ସେଥିପାଇଁ ସ୍ତ୍ରୀ ଲତାଙ୍କ ମନରେ ଟିକେ ଦୁଃଖ ଥିଲେ ବି ମଙ୍ଗୁଳିଙ୍କ ମନୋର କିନ୍ତୁ ଟିକେ ହେଲେ ବି କ୍ଷୋଭ ନାହିଁ । ତାଙ୍କ ମନରେ ଗୋଟିଏ ଚିନ୍ତା କିଭଳି କଲେକ୍ଟର ମହାଶୟ ପାସ୍ ଖଣ୍ଡେ ଦିଅନ୍ତେ ସେ ସବୁ ଠାକୁରଙ୍କ ପୀଠକୁ ଯାଇ ତାଙ୍କ କୃପାଲାଭ କରନ୍ତେ । ଜୀବନର ଯେତେ ପାପ ତାପ ସବୁଥିରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ପ୍ରାର୍ଥନା କରନ୍ତେ। ଏତିକି ହିଁ ତାଙ୍କର ଏକ ମାତ୍ର ଇଚ୍ଛା। 

ତଥାପି ସରକାର ମଙ୍ଗୁଳି ବସନ୍ତିଆଙ୍କ ଅବସ୍ଥା ଦେଖିବା ତାଙ୍କ ଜୀବନକୁ ସହଜ କରିବା ଅନ୍ତତଃ ଘର ଖଣ୍ଡେ ଯୋଗାଇବା ସହ ଦିବ୍ୟାଙ୍ଗ ଭତ୍ତା ଓ ଅନ୍ୟ ଆବଶ୍ୟକ ଯୋଜନା ଯୋଗାଇବେ ବୋଲି ବିଶ୍ବାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe