ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଛୁଟିବାରେ ଲାଗିଛି ବିଦେଶାଗତ ପକ୍ଷୀଙ୍କ ସୁଅ..

Advertisment

ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଶୀତ ପଡ଼ିବାରୁ ଆସିଲେଣି ବିଦେଶୀ ପକ୍ଷୀ । ସୁରକ୍ଷା ପାଇଁ ପ୍ରସ୍ତୁତ ବନ୍ୟପ୍ରାଣୀ ବିଭାଗର ୨୧ଟି ଟିମ୍ ।

ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଶୀତ ପଡ଼ିବାରୁ ଆସିଲେଣି ବିଦେଶୀ ପକ୍ଷୀ । ସୁରକ୍ଷା ପାଇଁ ପ୍ରସ୍ତୁତ ବନ୍ୟପ୍ରାଣୀ ବିଭାଗର ୨୧ଟି ଟିମ୍ ।

CHILIKA 3

କନକ ବ୍ୟୁରୋ: ଶୀତଋତୁ ର ଆଗମନରେ ଚିଲିକା ବିହଙ୍ଗାରଣ୍ୟ ହୋଇଛି। ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ଅତିଥିଙ୍କ ଆଗମନରେ ସତେ ଯେମିତି ଚିଲିକା ହସି ଉଠୁଛି। ଆଉ ତାର ସେହି ହସ ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି। ଆସନ୍ତୁ ଯିବା ଚିଲିକା, ଦେଖିବା ଅତିଥିଙ୍କ ଆସରକୁ । ଚିଲିକା ଏସିଆ ମହାଦେଶର ସର୍ବବୃହତମ ଲୁଣା ହ୍ରଦ। ଚିଲିକାର ନୀଳ ଜଳରାଶି ଓ ପ୍ରାକୃତିକ ପର୍ଯ୍ୟଟକ ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି ।

 ଶୀତଦିନେ ଚିଲିକାର ରୂପକୁ ଅତିବ ସୁନ୍ଦର କରିଦିଏ ବିଦେଶାଗତ ପକ୍ଷୀଙ୍କ ଆଗମନ । ଆଦ୍ରଭୂମିର ଜୈବ ବିବିଧତା କୌଣସି ହ୍ରଦରେ ଦେଖିବାକୁ ମିଳେ ନାହିଁ । ଚିଲିକା ଖାଦ୍ୟ ପ୍ରତିବର୍ଷ ଅତିଥି ପକ୍ଷୀଙ୍କୁ ବାଟ କଢ଼େଇ ଆଣେ । ନୀଳ ଆକାଶରେ ମାଇଲ ମାଇଲ ବାଟ ଅତିକ୍ରମ କରି ସୁଦୁର ସାଇବେରିଆ ମାଙ୍ଗୋଲିଆ, ଇରାନ, କାଜିକସ୍ଥାନ, ତିବେତ, ଇଣ୍ଡୋ ଚାଇନା, କାଶ୍ମିର ଲଦାଖରୁ ଚିଲିକାକୁ ଆସିଛନ୍ତି ବିଭିନ୍ନ ପ୍ରକାର ପକ୍ଷୀ। ନର୍ଦଲ ପିଣ୍ଟେଲ, ନର୍ଦଲ ଶୋଭଲର, ରୁଡି ସେଲଡକ, ଗଡୱାଲ, କମନ କୁଟ, ପେଣ୍ଟେଡ ଷ୍ଟର୍କ, ୟୁରାସିଆନ କର୍ଲୁ, ବ୍ଲାକ ହେଡେଡ ଆଇବିସି, ଗ୍ଲୋସି ଆଇବିସି, ଓପନ ବିଲି ଷ୍ଟର୍କ, ଉଇଜିଅନ, ରେଡ କେଷ୍ଟଡ ପୋଚଡ, ବାର୍ଡ ହେଡଡ ଗୁଜ, ପକ୍ଷୀ ଚିଲିକାର ଶୋଭା ବଢ଼ାଉଛନ୍ତି। ଶୀତ ବଢ଼ିବା ସହ ଏମାନଙ୍କ ସଂଖ୍ୟା ବଢ଼ିବାର ଆଶା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe