କନକ ବ୍ୟୁରୋ: ସବୁ କ୍ଷେତ୍ରରେ ରାଜ୍ୟ ଆଗୁଆ ବୋଲି ଅନେକ ସମୟରେ ଦାବି ହୋଇଆସୁଛି । ହେଲେ ଏହାର ସତ ଖୋଲିଛି ରାଜ୍ୟ ସରକାରଙ୍କ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ । 

Advertisment

ବିଭିନ୍ନ ସେବାରେ ଓଡ଼ିଶାର ସ୍ଥିତି :

ଜଳ ଯୋଗାଣ- ଦିନକୁ ୪ ଘଣ୍ଟା
ପାଇପ୍ ପାଣି-  ୫୮% ପରିବାର
ପକ୍କା ଘର- ୭୯% ପରିବାର
ଶୌଚାଳୟ- ୯୭% ପରିବାର
ପକ୍କା ସଡ଼କ- ୮୫% ଗ୍ରାମ
ସ୍ୱଚ୍ଛ ଇନ୍ଧନ- ୩୭% ପରିବାର
ପ୍ରତି ୫ କିମିରେ ବ୍ୟାଙ୍କ- ୫୦% ଗ୍ରାମ
ଗ୍ରାମାଞ୍ଚଳରେ ଟେଲିଫୋନ୍- ୬୧% ପରିବାର
ଗ୍ରାମାଞ୍ଚଳ ଇଣ୍ଟରନେଟ୍‌- ୩୯.୫% ପରିବାର
ବାରମ୍ୱାର ରାଜ୍ୟ ବିକାଶର କଥା କୁହାଯାଉଥିବା ବେଳେ ୨୦୨୫ ସୁଦ୍ଧା, ସ୍ଥିତି ନେଇ ଦିଆଯାଇଥିବା ଏହି ତଥ୍ୟ ଚିନ୍ତାଜନକ । ଅବଶ୍ୟ ୨୦୩୬ ବେଳକୁ ବିକଶିତ ଓଡ଼ିଶାରେ ପରିଣତ କରିବା ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । ବିଜେଡିର ଗତ ୨୪ ବର୍ଷ ଶାସନରେ ରାଜ୍ୟ ବହୁ ପଛକୁ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି। ଯାହାକୁ କାଉଣ୍ଟର କରିଛି ବିଜେଡି । 

୨୦୪୭ ସୁଦ୍ଧା ରାଜ୍ୟରୁ ସଂପୂର୍ଣ୍ଣ ଦାରିଦ୍ର୍ୟ ମୁକ୍ତି ଓ ୫୦ ହଜାରରୁ ଅଧିକ ଗାଁରେ ମୌଳିକ ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସଠିକ ଯୋଜନା ଓ ପରିଚାଳନାର ଆବଶ୍ୟକତା ଥିବା କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଥିବା ବେଳେ ଆଜିଯାଏଁ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚି ନପାରିବା ଉଦ୍‌ବେଗଜନକ । ଆଉ ଏହାରି ଭିତରେ ଗାଁରେ ମଧ୍ୟ ସହର ପରି ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ଯୋଜନା କେତେ ଫଳପ୍ରଦ ହେଉଛି ତାହା ଦେଖିବାର କଥା ।