ମୋହନଙ୍କ ମେଗା ପ୍ଲାନ୍‌ ; ସବୁ ବର୍ଗଙ୍କୁ ଛୁଇଁବେ ସରକାର, ୩୬୫ ଦିନ ପାଇଁ ଆସିବ ୩୬୫ ପ୍ରକଳ୍ପ

Advertisment

ଜୁନ ୧୨ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ ଇଭେଣ୍ଟ୍ ଆୟୋଜନ କରିବେ ସରକାର । ବିକାଶର ହିସାବ କିତାବ ରାଜ୍ୟବାସୀଙ୍କ ପାଖରେ ରଖି ଉତ୍ତରଦାୟିତ୍ୱ କଥା କହିବେ ମୋହନ ସରକାର । ତେବେ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଜୁନ ୧୨ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ ଇଭେଣ୍ଟ୍ ଆୟୋଜନ କରିବେ ସରକାର । ବିକାଶର ହିସାବ କିତାବ ରାଜ୍ୟବାସୀଙ୍କ ପାଖରେ ରଖି ଉତ୍ତରଦାୟିତ୍ୱ କଥା କହିବେ ମୋହନ ସରକାର । ତେବେ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

୩୬୫ ଦିନକୁ ୩୬୫ ପ୍ରକଳ୍ପ

୩୬୫ ଦିନକୁ ୩୬୫ ପ୍ରକଳ୍ପ Photograph: (KANAK NEWS)

କନକ ବ୍ୟୁରୋ: ସମସ୍ତଙ୍କୁ ଚକମା ଦେଇ ଗତବର୍ଷ ଜୁନ ୫ରେ ନବୀନଙ୍କ ଦୁର୍ଗକୁ ଭାଙ୍ଗିଥିଲା ବିଜେପି । ନବୀନଙ୍କ ୨୪ବର୍ଷର ନିରଙ୍କୁଶ କ୍ଷମତା ଉପରେ ଲାଗିଥିଲା ଲଗାମ । ତା' ପରେ ରାଜ୍ୟରେ ଆରମ୍ଭ ହୋଇଥିଲା ନୂଆଯୁଗ । ଜୁନ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବଡ ଧୂମଧାମରେ ଶପଥ ନେଇଥିଲେ ମୋହନଙ୍କ ଟିମ୍ । ଆଉ ବର୍ଷେ ପରେ ଠିକ ସେମିତି ପାଳିବାକୁ ଯୋଜନା କରିଛନ୍ତି ବିଜେପି ସରକାର ।

  • ବର୍ଷ ପୂର୍ତ୍ତି: ମୋହନଙ୍କ ମେଗା ପ୍ଲାନ୍‌
  • ସବୁ ବର୍ଗଙ୍କୁ ଛୁଇଁବେ ସରକାର
  • ୩୬୫ ଦିନ ପାଇଁ ଆସିବ ୩୬୫ ପ୍ରକଳ୍ପ

ଆସନ୍ତା ଜୁନ ୧୨ ତାରିଖରେ ମୋହନ ସରକାରଙ୍କର ଗୋଟିଏ ବର୍ଷ ପୂରିବ । ଏହାକୁ ସ୍ମରଣୀୟ ଓ ଐତିହାସିକ କରିବାକୁ ସାରା ଓଡ଼ିଶା ପାଇଁ ୩୬୦ ଡିଗ୍ରି ପ୍ଲାନ୍ କରିଛି ବିଜେପି ସରକାର । ପିଲାଠାରୁ ବୁଢ଼ା, ସବୁ ବର୍ଗଙ୍କୁ ଛୁଇଁବାକୁ ଦିଲ୍ଲୀଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଲୋକସେବା ଭବନରେ ବସିଥିବା ସଚିବସ୍ତରୀୟ ବୈଠକରେ ବର୍ଷ ପୂର୍ତ୍ତି ପାଳନର ନକ୍ସା ପ୍ରସ୍ତୁତି ହୋଇଛି ।

  • ୧୨ ତାରିଖରେ ଜନତା ମୈଦାନରେ ଉପସ୍ଥାପନ ହେବ ୨୦୩୬ର ଭିଜନ୍‌ ଡକ୍ୟୁମେଣ୍ଟ୍
  • ସରକାରଙ୍କ ୩୬୫ ଦିନ ପୂରଣକୁ ସ୍ମରଣୀୟ କରିବା ପାଇଁ ୩୬୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ହେବ
  • ସେହିଭଳି ୩୬୫ଟି ପ୍ରକଳ୍ପର ଉଦଘାଟନ କରି ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେବେ ସରକାର
  • ପ୍ରତି ବ୍ଲକରେ ବୁଲିବ ସରକାରଙ୍କ ବିକାଶ ରଥ

ସୂଚନା ଅନୁସାରେ, ଜୁନ ୧୨ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ ଇଭେଣ୍ଟ୍ ଆୟୋଜନ କରିବେ ସରକାର । ବିକାଶର ହିସାବ କିତାବ ରାଜ୍ୟବାସୀଙ୍କ ପାଖରେ ରଖି ଉତ୍ତରଦାୟିତ୍ୱ କଥା କହିବେ ମୋହନ ସରକାର । ତେବେ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • ପ୍ରତି ଜିଲ୍ଲାରେ ବିକାଶ ମେଳା ସହିତ ଯୁବଶକ୍ତି ଓ ନାରୀଶକ୍ତି ମେଳା ଆୟୋଜନ କରାଯିବ
  • ଜୁନ ୬ରୁ ସରକାରଙ୍କ ତରଫରୁ ପ୍ରେସମିଟ୍‌, ଶିଳ୍ପ ନେତୃତ୍ୱଙ୍କ ସହିତ ଆଲୋଚନା, ବୁଦ୍ଧିଜୀବୀଙ୍କ ସହ ବୈଠକ, ପଦ୍ମ ବିଜେତାଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବେ
  • ଥିମ୍‌ ସଙ୍ଗ୍ ସହିତ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଗତି ଓ ପ୍ରବାହ ମାଗାଜିନ୍‌ ପ୍ରସ୍ତୁତ କରାଯିବ
  • ମୋ ସ୍ୱପ୍ନର ଓଡ଼ିଶାକୁ ନେଇ ପିଲାଙ୍କ ଭିତରେ ପ୍ରତିଯୋଗିତା ଆୟୋଜନ କରାଯିବ
  • ସଂସ୍କୃତି ବିଭାଗ ପକ୍ଷରୁ ଥିଏଟର୍ ଫେଷ୍ଟିଭାଲ୍ ମଧ୍ୟ ଆୟୋଜନ କରାଯିବ 

ସୂଚନାଯୋଗ୍ୟ ଯେ, ୨୫ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ବିଜେପି ସରକାରକୁ ଆସିବା ପରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତେବେ ୧୧ ମାସ ଭିତରେ ସୁଭଦ୍ରା, ଚାଷୀଙ୍କୁ ଧାନ ଉପରେ ୮ଶହ ଟଙ୍କାର ବୋନସ୍, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଲାଗୁ କରିବା ସରକାରଙ୍କ ପାଇଁ ବଡ ଉପଲବ୍ଧି ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe