କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ କାଠ ଅଭାବ । ଅସନ୍ତୋଷ ପ୍ରକାଶ କଲେ ବିଶ୍ବକର୍ମା ମହାରଣା । ଅଖ ନିର୍ମାଣ ପାଇଁ ୪୦ ଫୁଟିଆ କାଠ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ କରି ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି ।
ପରମ୍ପରା ଅନୁଯାୟୀ, ଶୀତଳଷଷ୍ଠୀରେ ତିନୋଟି ରଥର ୨୧ଟି ଅଖରେ ୪୨ଟି ଚକ ଡେରା ହେବ । ହେଲେ ଆବଶ୍ୟକ ଅନୁଯାୟୀ, ଅଖ କାଠ ରଥଖଳାରେ ପହଞ୍ଚି ପାରିନାହିଁ । ତେଣୁ ଅଖ ତିଆରିରେ ବିଳମ୍ବ ହେଉଥିବା କହିଛନ୍ତି ବିଶ୍ବକର୍ମା ମହାରଣା ।