କନକ ବ୍ୟୁରୋ: ବୀରେନ୍ଦ୍ର ସେହୱାଗଙ୍କୁ ଭାରତୀୟ କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ସେହୱାଗ ତାଙ୍କ କ୍ୟାରିୟର ସମୟରେ ଦୁର୍ଦ୍ଧଶ ଢଙ୍ଗରେ ବ୍ୟାଟିଂ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଟେଷ୍ଟରେ ସେହୱାଗଙ୍କ ଷ୍ଟ୍ରାଇକ୍ ରେଟ୍ ୮୨.୨୩ ଥିଲା, ଯେତେବେଳେ ଙଊଓ ରେ ବୀରୁ ୧୦୪.୩୩ ଷ୍ଟ୍ରାଇକ୍ ରେଟରେ ରନ୍ କରିଥିଲେ । ୨୦୧୧ ଦିନିକିଆ ବିଶ୍ୱକପରେ ଭାରତୀୟ ଦଳର ଟାଇଟଲ୍ ବିଜୟରେ ସେହୱାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ନିଜ କ୍ୟାରିୟରକୁ ନେଇ ସେ ଏବେ ବଡ଼ ଖୁଲାସା କରିଛନ୍ତି ।
ସେହୱାଗ କହିଛନ୍ତି ଯେ ୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ତ୍ରିକୋଣୀୟ ସିରିଜ ସମୟରେ ମହେନ୍ଦ୍ର ସିଂହ ଧୋନୀ ତାଙ୍କୁ ଦଳରୁ ବାହାର କରିଦେଇଥିଲେ, ଯାହା ପରେ ସେ ଅବସର ନେବାକୁ ମନସ୍ଥ କରିଥିଲେ । ହେଲେ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଯୋଗୁଁ ହିଁ ସେ ୨୦୧୧ ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରିପାରିଥିଲେ ।
ବିରେନ୍ଦ୍ର ସେହୱାଗ କମେଣ୍ଟେଟର ପଦ୍ମଜିତ ସେରାଓ୍ୱତଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, 'ମୁଁ ୨୦୦୭-୦୮ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ପ୍ରଥମ ତିନୋଟି ମ୍ୟାଚ୍ ଖେଳିଥିଲି ଏବଂ ତା'ପରେ ଏମଏସ ଧୋନୀ ମୋତେ ଦଳରୁ ବାହାର କରିଦେଇଥିଲେ । ଏହା ପରେ, ମୋତେ କିଛି ସମୟ ପାଇଁ ଦଳରେ ଚୟନ କରାଯାଇ ନଥିଲା । ତା'ପରେ ମୁଁ ଅନୁଭବ କଲି ଯେ ଯଦି ମୁଁ ପ୍ଲେଇଂ ଇଲେଭେନର ଅଂଶ ହୋଇପାରିବି ନାହିଁ, ତେବେ ଙଊଓ କ୍ରିକେଟ୍ ଖେଳିବାର କୌଣସି ଅର୍ଥ ନାହିଁ।'
ବୀରେନ୍ଦ୍ର ସେହୱାଗ କୁହନ୍ତି, 'ତା'ପରେ ମୁଁ ସଚିନ ତେନ୍ଦୁଲକରଙ୍କ ପାଖକୁ ଯାଇ ତାଙ୍କୁ କହିଲି ଯେ ମୁଁ ଦିନିକିଆରୁ ଅବସର ନେବାକୁ ଚାହୁଛି । ସଚିନ କହିଥିଲେ ଯେ ସେ ମଧ୍ୟ ୧୯୯୯-୨୦୦୦ ରେ ସମାନ ସ୍ଥିତି ଦେଖିଥିଲେ ଏବଂ ସେ ମଧ୍ୟ ଅବସର ନେବାକୁ ଚିନ୍ତା କରୁଥିଲେ, କିନ୍ତୁ ସେହି ସମୟ ଚାଲିଗଲାଣି । ସଚିନ ମୋତେ କହିଥିଲେ ଯେ ଭାବପ୍ରବଣ ଭାବରେ କୌଣସି ବଡ଼ ନିଷ୍ପତ୍ତି ନନେବାକୁ, ସମୟ ନିଅ ଏବଂ ତା'ପରେ ଚିନ୍ତା କର।'
୨୦୦୮ ତ୍ରି-ସିରିଜରେ ବୀରେନ୍ଦ୍ର ସେହୱାଗଙ୍କ ପ୍ରଦର୍ଶନ ଭଲ ନଥିଲା ଏବଂ ସେ ପାଞ୍ଚଟି ମ୍ୟାଚ୍ରେ ମାତ୍ର ୮୧ ରନ୍ କରିଥିଲେ । ଗୌତମ ଗମ୍ଭୀର ୫୫ ହାରରେ ୪୪୦ ରନ୍ କରିଥିଲେ ଏବଂ ସେହି ସିରିଜ୍ରେ ସର୍ବାଧିକ ରନ୍ ସ୍କୋରର୍ ଥିଲେ । ସଚିନ ତେନ୍ଦୁଲକର ୧୦ ଇନିଂସରେ ୪୪.୩୩ ହାରରେ ୩୯୯ ରନ୍ କରିଥିଲେ ଏବଂ ସର୍ବାଧିକ ରନ୍ ସ୍କୋର କରିବାରେ ଦ୍ୱିତୀୟ ସ୍ଥାନରେ ଥିଲେ । ଭାରତୀୟ ଦଳ ସେହି ସିରିଜ୍ ଜିତିଥିଲା ।
ସଚିନ ତେନ୍ଦୁଲକରଙ୍କ ପରାମର୍ଶ ବୀରେନ୍ଦ୍ର ସେହୱାଗଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ସେହୱାଗ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପରବର୍ତ୍ତୀ ସିରିଜରେ ବହୁତ ରନ କରିଥିଲେ । ସେ ପୁଣି ଥରେ ଦଳର ଉପ-ଅଧିନାୟକ ମଧ୍ୟ ହୋଇଥିଲେ । ସେହୱାଗ ୨୦୧୨ ପର୍ଯ୍ୟନ୍ତ ଏମଏସ ଧୋନିଙ୍କ ନେତୃତ୍ୱରେ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ସେହୱାଗ ଭାରତୀୟ ଦଳ ପାଇଁ ତାଙ୍କର ଶେଷ ମ୍ୟାଚ୍ ମାର୍ଚ୍ଚ ୨୦୧୩ ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ, ଯାହା ଏକ ଟେଷ୍ଟ ମ୍ୟାଚ୍ ଥିଲା । ୨୦ ଅକ୍ଟୋବର ୨୦୧୫ ରେ ତାଙ୍କ ଜନ୍ମଦିନରେ ସେହୱାଗ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/08/15/dhoni-2025-08-15-11-58-36.jpg)