ଈଶ୍ବରଙ୍କ ଶରଣରେ ବିରାଟ ; ପତ୍ନୀ ଅନୁଷ୍କାଙ୍କ ସହ ହନୁମାନ ଗଢ଼ୀରେ କଲେ ପୂଜାର୍ଚ୍ଚନା

ଈଶ୍ବରଙ୍କ ଶରଣରେ ବିରାଟ କୋହଲି । ପତ୍ନୀ ଅନୁଷ୍କାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଲେ । ହନୁମାନ ଗଢ଼ୀରେ କଲେ ସ୍ବତନ୍ତ୍ର ପୂଜାର୍ଚ୍ଚନା ।

Virat Anuska

Virat Anuska Photograph: (KanakNews)

କନକ ବ୍ୟୁରୋ: ଇଶ୍ବରଙ୍କ ଶରଣରେ ବିରାଟ କୋହଲୀ । ସପରିବାର ସହ ଆଜି ସକାଳୁ ଅଯୋଧ୍ୟା ହନୁମାନ ଗଢ଼ୀରେ ପହଞ୍ଚିଛନ୍ତି ବିରାଟ । କଡ଼ା ସୁରକ୍ଷା ଭିତରେ ରବିବାର ବିରାଟ ଓ ଅନୁଷ୍କା ପହଞ୍ଚି ବଜରଙ୍ଗବାଲୀଙ୍କ ଆଶୀର୍ବାଦ ନେଇଛନ୍ତି । ନିକଟରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ ।କିଛି ସମୟ କାଟିବା ପରେ ମୁମ୍ବାଇ ଫେରିଆସିଥିଲେ । ତେବେ ୧୦ଦିନ ନପୁରୁଣୁ ପୁଣି ଏକ ଆଧ୍ୟାତ୍ମିକ ସ୍ଥାନରେ ପହଞ୍ଚିଛନ୍ତି ।

ରୋହିତ ଶର୍ମାଙ୍କ ପରେ ପରେ ବିରାଟ ମଧ୍ୟ ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କଲେ, ଯାହାକୁ ନେଇ କ୍ରିକେଟ ଜଗତରେ ହଲଚଲ ଦେଖାଦେଇଥିଲା ।  ୧୪ ବର୍ଷ ଧରି ଟେଷ୍ଟ ମ୍ୟାଚ୍ ଖେଳିବା ପରେ ତାଙ୍କର ଏଭଳି ହଠାତ୍ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଥିଲା ।  ପୂର୍ବରୁ ବି ସେ ଏ ନିଷ୍ପତ୍ତି ନେଇଥିଲେ ବି ବିସିସିଆଇ ତାଙ୍କର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିନଥିଲା । ହେଲେ ଶେଷରେ ତାଙ୍କର ଇଚ୍ଛାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ବିସିସିଆଇ । ଏହା ପୂର୍ବରୁ ବିରାଟ ଟି-୨୦ରୁ ବି ସନ୍ନ୍ୟାସ ନେଇସାରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe