କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିରେ ମୈଦାନକୁ ଓଲ୍ହାଇବେ ବିରାଟ କୋହଲି । ରଣଜୀ ଟ୍ରଫି ଖେଳିବା ପାଇଁ ବିରାଟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ମ୍ୟାଚ ଖେଳିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ କୋହଲି ଅଭ୍ୟାସ କରୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଖେଳାଳି ମାନଙ୍କ ସହ କୌତହଳ କରୁଥିବାର ମଧ୍ୟ ଦେଖିବାକୁ ମିଛିଛି । କୁହାଯାଉଛି ବିରାଟଙ୍କ ପାଇଁ ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ସୁରକ୍ଷା ବଢାଇ ଦିଆଯାଇଛି । ବିରାଟ ଶେଷ ଥର ପାଇଁ ୨୦୧୨ରେ ରଣଜୀ ଖେଳିଥିଲେ । ତେବେ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବାକୁ ଓହ୍ଲାଇଛନ୍ତି । ରଣଜୀ ଖେଳିବା ଯୋଗୁଁ କୋହଲି ଥିବା ଖରାପ ଫର୍ମରୁ ବାହାରିବା ପାଇଁ ଚେଷ୍ଟା କରିବେ । ୨୦୨୪ରେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରିବା ପରେ ଏବେ ରଣଜୀ ଖେଳିବାକୁ କଠିନ ପରିଶ୍ରମ କରୁଛନ୍ତି କୋହଲି ।
ଆଜି ରଣଜୀ ଖେଳିବେ କୋହଲି ; କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ
ଆଜିଠୁ ରଣଜୀ ଟ୍ରଫିର ଅନ୍ତିମ ଲିଗ୍ ରାଉଣ୍ଡ । ଦିଲ୍ଲୀ ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି । ୧୨ ବର୍ଷ ପରେ ରଣଜୀ ଖେଳୁଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ । ମ୍ୟାଚ୍ ଦେଖିବା ପାଇଁ ଲାଗିବ ପ୍ରବଳ ଗହଳି ।
/kanak/media/media_files/2025/01/30/EjTBmFre9tUQSBldJPLV.jpg)