Photograph: (KANAKNEWS)
କନକବ୍ୟୁରୋ : ଟିମ୍ ଇଣ୍ଡିଆର ଚେଜ୍ ମାଷ୍ଟର ବିରାଟ କୋହଲି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ୧୮ ବର୍ଷର ଲମ୍ବା କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିବା ବିରାଟ ଯଦିଓ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । କିନ୍ତୁ ଦିନିକିଆରେ ଆଜି ବି ତାଙ୍କର ଜଲୱା ଜାରି ରହିଛି । ଟିମ୍ ଇଣ୍ଡିଆ ଗ୍ରେଟ୍ ସଚିନ ତେନ୍ଦୁଲକରଙ୍କ ଅବସର ପରେ ତାଙ୍କ ସ୍ଥାନ କିଏ ନେବ , ସେ ନେଇ ଯେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଠିକ୍ ସେହି ସମୟରେ ବିରାଟଙ୍କ ଆବିର୍ଭାବ ଭାରତୀୟ କ୍ରିକେଟକୁ ନୂଆ ସମ୍ଭାବନା ଦେଇଥିଲା । ବିଶେଷକରି ଦିନିକିଆରେ ବିରାଟ ବର୍ତ୍ତମାନ ଦ୍ବିତୀୟ ସର୍ବୋଚ୍ଚ ସ୍କୋରର ହୋଇଛନ୍ତି । ସର୍ବାଧିକ ଶତକ ମାମଲାରେ ମଧ୍ୟ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଛନ୍ତି । ଆଜି ତାଙ୍କର ଜନ୍ମଦିନର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଅଧିକ ପଢନ୍ତୁ. .ଏଣିକି ଏୟାର ହଷ୍ଟେସ୍ ସହ ଏୟାର ଆଣ୍ଟି, ବିମାନରେ ନିଯୁକ୍ତ ହେବେ ବିବାହିତା ମହିଳା
୨୭ହଜାରରୁ ଅଧିକ ରନ୍ କରିଛନ୍ତି ବିରାଟ
ବିରାଟ କୋହଲିଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇ BCCI ତାଙ୍କ ସଫଳତା ଉପରେ ଆଲୋକପାତ କରି ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛି। କୋହଲି ଏପର୍ଯ୍ୟନ୍ତ ୫୫୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୭,୬୭୩ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ କୋହଲି ୮୨ଟି ଶତକ ଏବଂ ୧୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
୧. ବିରାଟ କୋହଲି ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳି ୪୬.୮୫ ହାରରେ ୯,୨୩୦ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ କୋହଲିଙ୍କ ସର୍ବୋତ୍ତମ ଇନିଂସ ହେଉଛି ଅପରାଜିତ ୨୫୪।
୨. ବିରାଟ ୩୦୫ଟି ଦିନିକିଆ ମ୍ୟାଚ୍ ଖେଳିସାରିଥିବା ବେଳେ ଏବେ ବି ଦିନିକିଆରେ ତାଙ୍କର ଯାତ୍ରା ଜାରି ରହିଛି। ଏହି ୩୦୫ଟି ମ୍ୟାଚ୍ରେ ସେ ୧୪,୨୫୫ ରନ୍ କରିଛନ୍ତି, ଯେଉଁଥିରେ ୫୧ଟି ଶତକ ଏବଂ ୭୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଦିନିକିଆରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୧୮୩ରନ୍।
୩. ଯଦି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ କଥା କହିବା ତେବେ ବିରାଟ କୋହଲି ୧୨୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୪୮.୬୯ ହାରରେ ୪,୧୮୮ ରନ୍ କରିଛନ୍ତି। ସେ ଭାରତ ପାଇଁ ଟି-୨୦ କ୍ରିକେଟରେ ଗୋଟିଏ ଶତକ ଏବଂ ୩୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ କୋହଲିଙ୍କ ସର୍ବାଧିକ ସ୍କୋର ହେଉଛି ୧୨୨ ରନ୍।
୪. ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ତିନୋଟି ICC ଟ୍ରଫି ଜିତିଛନ୍ତି। ସେ ICC Mens ODI ବିଶ୍ୱକପ୍ ୨୦୧୧ , ICC ଚାମ୍ପିଅନ୍ସ ଟ୍ରଫି ୨୦୧୩ , ICC Mens T20 ବିଶ୍ୱକପ୍ ୨୦୨୪ ଏବଂ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଦଳର ଅଂଶ ଥିଲେ।
ଅଧିକ ପଢନ୍ତୁ.. ଜେଜେ ମା’ଙ୍କୁ ଆସିଥିଲା ହାର୍ଟ ଆଟାକ୍, ଦୁଃଖକୁ ଚାପି ଦେଶ ପାଇଁ ଖେଳିଥିଲେ, ଭାରତ ଜିତିବା ପରେ କାନ୍ଦିଲେ ଅମନଜୋତ୍
ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର
ବିରାଟ ଏବେ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ କୋହଲି ଦିନିକିଆରେ ବ୍ୟାଟିଂ ଜାରି ରଖିଛନ୍ତି। ବିରାଟ ଜାନୁଆରି ୨୦୨୫ରେ ଅଷ୍ଟ୍ରେଲିଆରେ ତାଙ୍କର ଶେଷ ଟେଷ୍ଟ ସିରିଜ ଖେଳିଥିଲେ ଏବଂ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ପୂର୍ବରୁ ମେ’ ୧୨, ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କୋହଲି ପୂର୍ବରୁ ୨୦୨୪ ଟି-20 ବିଶ୍ୱକପରେ ଭାରତର ବିଜୟୀ ଦଳର ଅଂଶ ଥିଲେ, ଯାହା ପରେ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ୨ଟି ଫର୍ମାଟରୁ ଅବସର ପରେ ବିରାଟ କୋହଲି ଏବେ ଦିନିକିଆ କ୍ରିକେଟ ଖେଳୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ କୋହଲି ଅପରାଜିତ ୭୪ରନ କରିଥିଲେ।
Follow Us