ଆଜି ସ୍ବାଧୀନତା ଦିବସରେ ଆମେ ହସୁଛୁ କାରଣ… ମନକୁ ଛୁଇଁଲା ବିରାଟଙ୍କ ପୋଷ୍ଟ

୭୯ ତମ ସ୍ବାଧୀନତା ଦିବସ ଅବସରରେ ଦେଶର ବୀର ଯବାନଙ୍କୁ କୃତଜ୍ଞତା ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଜ ମନର ଭାବନା, ଯାହା ନେଟିଜେନ୍ସଙ୍କ ମନକୁ ଛୁଇଁଯାଇଛି ।

v

କନକ ବ୍ୟୁରୋ: ୭୯ ତମ ସ୍ବାଧୀନତା ଦିବସ ଅବସରରେ ଦେଶର ବୀର ଯବାନଙ୍କୁ କୃତଜ୍ଞତା ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଜ ମନର ଭାବନା, ଯାହା ନେଟିଜେନ୍ସଙ୍କ ମନକୁ ଛୁଇଁଯାଇଛି ।

ଆଜି ସ୍ବାଧୀନତା ଦିବସ ଉପଲକ୍ଷେ ବୀର ଯବାନଙ୍କୁ ସଲାମ ଜଣାଇଛନ୍ତି କ୍ରିକେଟର ବିରାଟ କୋହଲି । ଭାରତର ସଶସ୍ତ୍ର ବାହିନୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ବିରାଟ ଇନଷ୍ଟାରେ ଲେଖିଛନ୍ତି, ’ ମୁଁ ଭାରତୀୟ ହୋଇଥିବାରୁ ଖୁବ୍ ଗର୍ବିତ । ଆଜି ଆମେ ସ୍ବାଧୀନ ଭାବେ ହସିପାରୁଛୁ କାରଣ ହଜାର ହଜାର ଯବାନ୍ ସାହାସର ସହ ସୀମାରେ ଛିଡ଼ା ହୋଇଛନ୍ତି ବୋଲି । ଆଜିର ଦିନରେ ଦେଶ ପାଇଁ ରକ୍ତ ଦେଇଥିବା ପ୍ରତ୍ୟେକ ମହାନାୟକଙ୍କ ବଳିଦାନକୁ ମୁଁ ସଲାମ କରୁଛି , ହୃଦୟରୁ ସମ୍ମାନ ଜଣାଉଛି ’। ବିରାଟଙ୍କର ଏଇ କେଇ ପଦ କଥା  ଦେଶବାସୀଙ୍କ ମନକୁ ଛୁଇଁଛି ।

ବିରାଟ ଏବେ ଖେଳରୁ ଦୂରତା ରକ୍ଷା କରିଛନ୍ତି । ଆଇପିଏଲ ପରେ ସେ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ନଜର ଆସିବେ ।ଏବେ ସେ ଲଣ୍ଡନରେ ପ୍ରାକ୍ଟିସ୍ କରୁଛନ୍ତି । ଟି-୨୦ ଓ ଟେଷ୍ଟରୁ ସନ୍ନ୍ୟାସ ନେବା ପରେ କେବଳ ୱାନ୍ ଡେ ଖେଳୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe