କନକ ବ୍ୟୁରୋ: ୭୯ ତମ ସ୍ବାଧୀନତା ଦିବସ ଅବସରରେ ଦେଶର ବୀର ଯବାନଙ୍କୁ କୃତଜ୍ଞତା ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଜ ମନର ଭାବନା, ଯାହା ନେଟିଜେନ୍ସଙ୍କ ମନକୁ ଛୁଇଁଯାଇଛି ।

Advertisment

ଆଜି ସ୍ବାଧୀନତା ଦିବସ ଉପଲକ୍ଷେ ବୀର ଯବାନଙ୍କୁ ସଲାମ ଜଣାଇଛନ୍ତି କ୍ରିକେଟର ବିରାଟ କୋହଲି । ଭାରତର ସଶସ୍ତ୍ର ବାହିନୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ବିରାଟ ଇନଷ୍ଟାରେ ଲେଖିଛନ୍ତି, ’ ମୁଁ ଭାରତୀୟ ହୋଇଥିବାରୁ ଖୁବ୍ ଗର୍ବିତ । ଆଜି ଆମେ ସ୍ବାଧୀନ ଭାବେ ହସିପାରୁଛୁ କାରଣ ହଜାର ହଜାର ଯବାନ୍ ସାହାସର ସହ ସୀମାରେ ଛିଡ଼ା ହୋଇଛନ୍ତି ବୋଲି । ଆଜିର ଦିନରେ ଦେଶ ପାଇଁ ରକ୍ତ ଦେଇଥିବା ପ୍ରତ୍ୟେକ ମହାନାୟକଙ୍କ ବଳିଦାନକୁ ମୁଁ ସଲାମ କରୁଛି , ହୃଦୟରୁ ସମ୍ମାନ ଜଣାଉଛି ’। ବିରାଟଙ୍କର ଏଇ କେଇ ପଦ କଥା  ଦେଶବାସୀଙ୍କ ମନକୁ ଛୁଇଁଛି ।

ବିରାଟ ଏବେ ଖେଳରୁ ଦୂରତା ରକ୍ଷା କରିଛନ୍ତି । ଆଇପିଏଲ ପରେ ସେ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ନଜର ଆସିବେ ।ଏବେ ସେ ଲଣ୍ଡନରେ ପ୍ରାକ୍ଟିସ୍ କରୁଛନ୍ତି । ଟି-୨୦ ଓ ଟେଷ୍ଟରୁ ସନ୍ନ୍ୟାସ ନେବା ପରେ କେବଳ ୱାନ୍ ଡେ ଖେଳୁଛନ୍ତି ।