କନକ ବ୍ୟୁରୋ: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଦଳାଚକଟା ଘଟଣାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏହି ଘଟଣାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଥିଲେ । ଆଉ ଏହି ସମୟରେ ଆରସିବି ଟିମ୍ ଷ୍ଟାଡିୟମ ଭିତରେ ଆଇପିଏଲ୍ ଚାମ୍ପିୟନ୍ ହେବାର ସେଲିବ୍ରେସନ୍ କରୁଥିଲା । ତେବେ ଏହାର ଦୀର୍ଘ ସମୟ ପରେ ଏହି ଘଟଣାକୁ ନେଇ ବିରାଟ କୋହଲିଙ୍କ ବୟାନ ସାମ୍ନାକୁ ଆସିଛି ।

Advertisment

ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆରସିବି ବିରାଟ କୋହଲିଙ୍କ ବୟାନ ସାମ୍ନାକୁ ଆଣିଛି । ଏହି ଘଟଣାରେ ବିରାଟ କୋହଲି ଜୀବନ ହାରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଆହତ ହେଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଆଗାମୀ ଦିନରେ ଏଥିପ୍ରତି ସାବଧାନ୍ ରହିବା ନେଇ ମଧ୍ୟ କହିଛନ୍ତି କୋହଲି ।

ବିରାଟ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ କେବେ ବି ଏଭଳି ଘଟଣା ପାଇଁ ଜଣେ ମଣିଷ ପ୍ରସ୍ତୁତ ନଥାଏ । ସେହି ସମୟ ଆମ ଫ୍ରାଞ୍ଚାଇଜ୍ ପାଇଁ ଖୁସିର ସମୟ ଥିଲା, ହେଲେ ତାହା ଏକ ଦୁଃଖଦ ସମୟକୁ ବଦଳିଗଲା । ଯେଉଁ ଲୋକମାନେ ଏହି ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଇଲେ, ସେମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ବିରାଟ କୋହଲି ।

ଏହି ଘଟଣାରେ ଜଷ୍ଟିସ୍ କୁହ୍ନା କମିସନ ନିଜ ରିପୋର୍ଟରେ କହିଛନ୍ତି ଯେ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବଡ଼ ଧରଣର ଆୟୋଜନ ପାଇଁ ଉପଯୁକ୍ତ ନୁହେଁ । ରିପୋର୍ଟରେ ଦାବି କରାଯାଇଛି ଯେ, ଷ୍ଟାଡିୟମର ଡିଜାଇନ ବଡ଼ ଧରଣର ଭିଡ଼ ପାଇଁ ଅସୁରକ୍ଷିତ ଅଟେ । କମିସନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଆୟୋଜନ ବେଳେ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଉଚିତ ।