କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ମାତ୍ର ୨୩ ରନ କରି ଆଉଟ ହୋଇଯାଇଥିଲେ ବି ସେ ଆଉ ଏକ କିର୍ତ୍ତିମାନ କରିବାରେ ସକ୍ଷମ ହୋଇଛନ୍ତି । ସେ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି । ଏ କ୍ଷେତ୍ରରେ ସେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଟପିଯାଇଛନ୍ତି ।
ସଚିନ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ଟି ମ୍ୟାଚ ଖେଳି ୧୭୫୦ ରନ କରିଥିଲେ । ଏହା ମଧ୍ୟରେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା । ବିରାଟ କୋହଲି ୩୫ଟି ମ୍ୟାଚ ଖେଳି ସଚିନଙ୍କ ଏହି କିର୍ତ୍ତିମାନକୁ ଟପିଯାଇଛନ୍ତି । ବୁଧବାରର ମ୍ୟାଚରେ ସେ ମାତ୍ର ୨ ରନ କରି ସଚିନଙ୍କୁ ଟପିଯାଇଥିଲେ । ଏହି ମ୍ୟାଚରେ ସେ ୨୩ ରନ କରିଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ମୋଟ ସ୍କୋର ଏବେ ୧୭୭୨କୁ ବୃଦ୍ଧି ପାଇଛି । ତେବେ ବିଶ୍ବକ୍ରିକେଟ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହେଲେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ । ସେ ୫୧ଟି ମ୍ୟାଚ ଖେଳି ୧୯୭୧ ରନ କରିଛନ୍ତି । ଏହି କିର୍ତ୍ତିମାନ ଭାଙ୍ଗିବାକୁ ବିରାଟଙ୍କୁ ଆହୁରି ୨୦୦ ରନ କରିବାକୁ ପଡ଼ିବ। କିନ୍ତୁ ବିରାଟ ଏବେ ଯେପରି ଫର୍ମରେ ଅଛନ୍ତି ଏହି ସଫଳତା ହାସଲ କରିବା ତାଙ୍କ ପାଇଁ ବଡ଼କଥା ନୁହେଁ ।
Follow Us