କନକ ବ୍ୟୁରୋ : କ୍ରିକେଟ୍ ଗ୍ରାଉଣ୍ଡରେ, ଜଣେ ୧୭ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୪୦ ରନରେ ବ୍ୟାଟିଂ କରୁଥାନ୍ତି । ହେଲେ ହଠାତ୍ ମ୍ୟାଚ୍ ପରେ ଖବର ଆସେ, ତାଙ୍କ ବାପା ଆଉ ଏ ଦୁନିଆରେ ନାହାଁନ୍ତି । ରାତିରେ ସେ ବ୍ୟାଟ୍ସମ୍ୟାନ୍ ଜଣକ, ଘରକୁ ଯାଆନ୍ତି, ଆଉ ବାପାଙ୍କ ଶବ ସତ୍କାର କରି, ପୁଣି ସକାଳୁ ପଡିଆକୁ ଫେରନ୍ତି । ସେ ଦିନ ସେ ଖେଳାଳି ଜଣକ.... ଖାଲି କ୍ରିକେଟ୍ ଖେଳନ୍ତିନି, ବରଂ ବାପାଙ୍କ ବିୟୋଗର ଦୁଃଖ ଭିତରେ ନିଜ ଟିମକୁ ଫଲୋଅନରୁ ବି ବଞ୍ଚାନ୍ତି । 

Advertisment

ସମୟ ଗଡେ, ଆଉ ସେ କ୍ରିକେଟର ଜଣକ ମଧ୍ୟ ଆଗକୁ ବଢନ୍ତି । ୨୦୧୧ରେ ଭାରତ ଖେଳେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଶ୍ରୀଲଙ୍କା ବିରୋଧରେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ... ଆରମ୍ଭରୁ ସଚିନ ଆଉ ସେହ୍ୱାଗଙ୍କ ଓ୍ୱିକେଟ୍ ହରାଏ । ସେତେବେଳେ କ୍ରିଜରେ ଥାଆନ୍ତି କେବଳ ଗୌତମ ଗମ୍ଭୀର । ଆଉ ସେହି ସମୟରେ ବ୍ୟାଟିଂ ପାଇଁ ଯାଆନ୍ତି, ସେହି ସମାନ କ୍ରିକେଟର.... ଓ୍ୱାର୍ଲଡକପ୍ ଫାଇନାଲ ମ୍ୟାଚ୍, ଆଉ ସେହି ମ୍ୟାଚରେ ସେ ବନାନ୍ତି ଗୁରୁତ୍ୱପୂର୍ଣ୍ଣ ୩୫ ରନ୍ । ଯାହା ଖାଲି ଭାରତକୁ ପରାଜୟରୁ ରୋକେନି, ବରଂ ୨୮ ବର୍ଷ ପରେ ବିଶ୍ୱକପର ବିଜୟ ଦିଏ ....

ଏ ତ ଥିଲା, ୨୦୦୬ ଆଉ ୨୦୧୧ ର କଥା, ହେଲେ ଏଇ ଏବେ ଏବେ...ଯେବେ ଭାରତ ଟି-୨୦ ବିଶ୍ବକପ୍ ଫାଇନାଲ ଖେଳୁଥାଏ । ଆଉ ୩୪ ରନରେ ୩ ଓ୍ୱିକେଟ୍ ହରେଇ, ପରାଜୟ ମୁହଁରେ ଛିଡା ହେଇଥାଏ । ସେହି ସମୟରେ ଏହି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ବାହାରେ ୭୬ ରନର ଦମଦାର ଇଂନିସ୍ । ଆଉ ତା ପରେ ଯାହା ଘଟେ, ତା କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଖେଳେଇ ଦିଏ । ଦୀର୍ଘ ୧୭ ବର୍ଷ ପରେ ଭାରତ ପୁଣି ଜିତେ ଟି-୨୦ ବିଶ୍ବକପ୍ । ଆଉ ଏ ମ୍ୟାଚରେ ମ୍ୟାନ୍ ଅଫ୍ ଦ ଫାଇନାଲ ହୁଅନ୍ତି ....ବିରାଟ କୋହଲି....

ମଡର୍ଣ୍ଣ ଡେ’କ୍ରିକେଟରେ ଯେବେଯେବେ ଟିମ୍ ଇଣ୍ଡିଆ ସଙ୍କଟରେ ଜୁଝିହୁଏ, ଆଉ ପରାଜୟ ମୁହଁରେ ଠିଆ ହେଇଥାଏ । ସେବେ ସେବେ ଟିମ୍ ଇଣ୍ଡିଆର ସଙ୍କଟ ମୋଚକ ହେଇ, କ୍ରିଜରେ ଠିଆ ହେବା ସହ...ଯଦି କେଉଁ ବ୍ୟାଟ୍ସମ୍ୟାନ୍ ସବୁଠୁ ଅଧିକ ଥର ଭାରତକୁ ବିଜୟର ସ୍ୱାଦ ଚଖେଇଛି, ତେବେ ସେ ହେଉଛନ୍ତି ଦ ଗୋଟ୍ ବିରାଟ କୋହଲି । ନା, ଯେମିତି ବିରାଟ....କାମ ବି ଠିକ୍ ସେମିତି... କ୍ରିକେଟ୍ ଦୁନିଆରେ ବିରାଟ କୋହଲି ଖାଲି ଗୋଟେ ନାଁ କହିଲେ, ବୋଧହୁଏ ଭୁଲ ହେଇଯିବ, ଆଜିର ସମୟରେ ବିରାଟ କୋହଲି ଏକ ବ୍ରାଣ୍ଡ...

ପାକିସ୍ତାନ ହେଉ କି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ହେଉ କି ଇଂଲଣ୍ଡ । କ୍ରିକେଟ୍ ପଡିଆରେ ସମସ୍ତଙ୍କ ଉପରେ ଭାରି ପଡିଥାଏ, ଜଣିଏ କ୍ରିକେଟର । ସେ...ଗାବାରେ ଅଷ୍ଟ୍ରେଲିଆର ଗର୍ବ ହେଉ, କି... ଟି-୨୦ ବିଶ୍ବକପରେ ପାକିସ୍ତାନର ଭାରତକୁ ହରେଇବାର ସ୍ବପ୍ନ । ସବୁବେଳେ ବିରୋଧୀ ଦଳର ସ୍ବପ୍ନକୁ ଚୁରମାର କରିଦେଇଥାନ୍ତି, ବିରାଟ କୋହଲି । ତାଙ୍କର ଗୋଟିଏ ପରେ ଗୋଟିଏ ସ୍ପେଶାଲ ଇଂନିସ୍ ତାଙ୍କୁ ଯେତିକି ରେକର୍ଡ ବୁକରେ ସାମିଲ କରିଥାଏ, ଭାରତକୁ ମଧ୍ୟ ଦେଇଥାଏ, ସେତିକି ସଫଳତା...

ତେବେ ବିରାଟଙ୍କ ଏ କ୍ରିକେଟର ଯାତ୍ରା...ପିଲାଦିନରୁ ହିଁ ଆରମ୍ଭ ହେଇଯାଇଥିଲା । ପ୍ରଥମେ ଅଣ୍ଡର ୧୯ ବିଶ୍ବକପ୍ । ଆଉ ତା ପରେ ସିଧା ଟିମ୍ ଇଣ୍ଡିଆ । ବିରାଟଙ୍କ କୋହଲିଙ୍କ କ୍ୟାପଟେନ୍ସିଂରେ ହିଁ ଅଣ୍ଡର ୧୯ ବିଶ୍ବକପ୍ ଜିତିଥିଲା ୟଙ୍ଗ୍ ଟିମ୍ ଇଣ୍ଡିଆ । ଆଉ ଏ ହେଉଛି ସେହି ସମୟର ଚିତ୍ର...ହାତରେ ଟ୍ରଫି ଆଉ ମନରେ ସାରା ବିଶ୍ବକୁ ଜିତିବାର ଜୋସ୍...ବାସ୍... ତା ପରେ ବିରାଟ ଆଉ କେବେ ବି ପଛକୁ ଚାହିଁନାହାଁନ୍ତି.......... ଟିମ୍ ଇଣ୍ଡିଆରେ ସାମିଲ ହେବା ପରେ, ବିରାଟଙ୍କ ବ୍ୟାଟରୁ ହୁଏ ରନ୍ ବର୍ଷା । ଗୋଟିଏ ପରେ ଗୋଟିଏ ଶତକୀୟ ଇଂନିସ୍ ତାଙ୍କୁ ସଚିନଙ୍କ ସହ ତୁଳନା କରିବାକୁ ବାଧ୍ୟ କରେ । ଆଉ ତୁଳନାକୁ ସତ ସାବ୍ୟସ୍ତ କରି, କୋହଲି ମ୍ୟାଚ୍ ପରେ ମ୍ୟାଚ୍, ମାରିଚାଲନ୍ତି, ସେଞ୍ଚୁରୀ ପରେ ସେଞ୍ଚୁରୀ...

ଟିମ୍ ଇଣ୍ଡିଆରେ ଧୋନୀ ଯୁଗର ଅନ୍ତ ପରେ, ଆରମ୍ଭ ହୁଏ, କୋହଲିଙ୍କ ଯୁଗ । ଆଉ ଦଳର କ୍ୟାପଟେନ୍ ହୁଅନ୍ତି, ବିରାଟ କୋହଲି । ଟେଷ୍ଟ ହେଉ କି ଓ୍ୱାନଡେ, ସବୁଥିରେ, ନମ୍ବର ଓ୍ୱାନ୍ ବନେ ଟିମ୍ ଇଣ୍ଡିଆ । ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆକୁ, ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ହରେଇବାର ଦମ୍ ବି ଦେଖାନ୍ତି ବିରାଟ କୋହଲି । ହେଲେ ଏତେ ସବୁ ପରେ ବି, ବିଶ୍ବକପରେ କିନ୍ତୁ ଭାରତର ହାତ ଖାଲି ପଡେ । ମ୍ୟାଚ୍ ଜିତୁ ଜିତୁ, ଅଳ୍ପକେ ବିଶ୍ବକପ୍ ବିଜୟଠୁ ଦୂରରେ ରହିଯାଏ ଟିମ୍ ଇଣ୍ଡିଆ । ହେଲେ ତଥାପି କିନ୍ତୁ ବିରାଟ ହାରନ୍ତିନି...କିଛି ବର୍ଷର ଖରାପ ଫର୍ମ ଭିତରେ ବି, ତାଙ୍କ ଭିତରେ ରନ କରିବାର ଜୋସ୍...ସେମିତି ସମାନ ଥାଏ । ଆଉ ତାରି ଭିତରେ ୨୦୨୪ ବିଶ୍ବକପ୍ ଜିତିବା ସହ...ଟି-୨୦କୁ ଅଲବିଦା କହିଥିଲେ ବିରାଟ । 

ଏବେ ବି ବିରାଟଙ୍କ ସେହି ସମାନ୍ ଆଗ୍ରେସନ୍, ଆଉ ସମାନ...ମାଇଣ୍ଡ ସେଟ୍ । ସବୁବେଳେ...ଟିମ୍ ଇଣ୍ଡିଆକୁ ଜିତେଇବାର ନିଶା । ସମୟ ସହ ଆଜି ଟିମ୍ ଇଣ୍ଡିଆ ଯେତିକି ଆଗକୁ ବଢିଛି, ସେଇ ସମାନ ଢଙ୍ଗରେ ବିରାଟ ବି ଆଗକୁ ବଢିଛନ୍ତି । ତେବେ ଶେଷରେ ଏତିକି କହିବୁ...ହାପି ବାର୍ଥ ଡେ...ଦ ଗୋଟ୍....ବିରାଟ କୋହଲି..