କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚାଲିଥିବାବେଳେ ଭାରତ ଏପର୍ଯ୍ୟନ୍ତ ଅପରାଜିତ ରହି ସୁପର-୮କୁ ଉନ୍ନୀତ ହୋଇଛି । ତେବେ କ୍ରିକେଟ୍‌ ମହାକୁମ୍ଭର ଏହି କୋଳାହଳଠାରୁ ଦୂରରେ ରହି ଏକ ଶାନ୍ତ ଆଧ୍ୟାତ୍ମିକ ଜୀବନଯାପନ କରୁଛନ୍ତି ଭାରତୀୟ ବ୍ୟାଟିଂ ସୁପରଷ୍ଟାର୍‌ ବିରାଟ କୋହଲି । ଭାରତର ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିରାଟ ମଙ୍ଗଳବାର ନିଜ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନସ୍ଥିତ ପ୍ରେମାନନ୍ଦଜୀ ମହାରାଜଙ୍କ କେଳିକୁଞ୍ଜ ଆଶ୍ରମରେ ପହଞ୍ଚି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। 

Advertisment

ଆହୁରି ପଢ଼ନ୍ତୁ...ମିଥ୍ୟା ଏନକାଉଣ୍ଟରର ତାଣ୍ଡବ : ୯୨୪ ଜଣଙ୍କ ମୃତ୍ୟୁ ନେଇ ମାନବାଧିକାର କମିସନ କଠୋର

ଏହି ଆଶ୍ରମରେ ସେ ପ୍ରାୟ ଏକ ଘଣ୍ଟା ରହି ସାଧାରଣ ଭକ୍ତମାନଙ୍କ ଗହଣରେ ବସି ଭଜନ କୀର୍ତ୍ତନ କରିଥିଲେ। ୧୫ ତାରିଖରେ ନିଜ ପୁତ୍ର ଆକାୟର ଜନ୍ମଦିନର ଦିନକ ପରେ ସେମାନେ ଆଶ୍ରମ ଗସ୍ତ କରିଥିଲେ। ବିରାଟଙ୍କ ଗସ୍ତ ନେଇ ଆଶ୍ରମର ୟୁଟ୍ୟୁବ ଚ୍ୟାନେଲ୍‌ରେ ଜାରି ହୋଇଥିବା ଭିଡିଓରୁ ଜଣାପଡ଼ିଥିଲା। ଭିଡିଓରେ ଦେଖାଯାଉଛି ଯେ ବିରାଟ ଓ ଅନୁଷ୍କା କପାଳରେ ତିଳକ ଲଗାଇ ଭକ୍ତମାନଙ୍କ ଗହଣରେ ବସିଛନ୍ତି। ବିଗତ କିଛି ବର୍ଷ ହେଲା ବିରାଟ ନିଜର ଆଧ୍ୟାତ୍ମିକ ଜୀବନଯାପନ ପାଇଁ ବେଶ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ତଳେ ସେ ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିର, ନିମ୍‌ କରୋଲି ବାବା ଆଶ୍ରମ, ସିଂହାଚଳମ୍‌ର ନରସିଂହସ୍ବାମୀ ମନ୍ଦିର ଆଦି ପରିଦର୍ଶନ କରିଥିଲେ।