ବିଦେଶରେ ଅପମାନର ସାମ୍ନା କରିଥିଲେ ବିରାଟ-ଅନୁଷ୍କା : ରେଷ୍ଟୁରାଣ୍ଟରୁ ଦମ୍ପତିଙ୍କୁ କରାଯାଇଥିଲା ବାହାର

Advertisment

ଭାରତୀୟ ମହିଳା କ୍ରିକେଟ ଷ୍ଟାର୍ ଜେମିମା ରୋଡ୍ରିଗ୍ସ କହିଥିଲେ ଯେ କିପରି ସେ ଥରେ ଏହି ଦମ୍ପତିଙ୍କ ସହିତ ପ୍ରାୟ ଚାରି ଘଣ୍ଟା କଥା ହୋଇଥିଲେ, ଯାହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡର ଏକ କାଫେରୁ ବାହାରି ଯିବାକୁ କୁହାଯାଇଥିଲା ।

ଭାରତୀୟ ମହିଳା କ୍ରିକେଟ ଷ୍ଟାର୍ ଜେମିମା ରୋଡ୍ରିଗ୍ସ କହିଥିଲେ ଯେ କିପରି ସେ ଥରେ ଏହି ଦମ୍ପତିଙ୍କ ସହିତ ପ୍ରାୟ ଚାରି ଘଣ୍ଟା କଥା ହୋଇଥିଲେ, ଯାହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡର ଏକ କାଫେରୁ ବାହାରି ଯିବାକୁ କୁହାଯାଇଥିଲା ।

virat

virat Photograph: (google)

କନକ ବ୍ୟୁରୋ : ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଲଣ୍ଡନରେ ଲାଇମଲାଇଟରୁ ଦୂରରେ ରହି ନିଜ ଜୀବନ ବିତାଉଛନ୍ତି । ପ୍ରାଇଭେସିକୁ ପସନ୍ଦ କରୁଥିବାଏହି ଦମ୍ପତି ଦୂରରେ ରହି ମଧ୍ୟ ସାଙ୍ଗମାନଙ୍କ ସହିତ ସମ୍ପର୍କରେ ରୁହନ୍ତି । ଯଦିଓ ବିରାଟ-ଅନୁଷ୍କା ଭାରତରେ ମିଳୁଥିବା ସେଲିବ୍ରିଟି ଷ୍ଟାଟସ୍ ଏବଂ ଭିଆଇପି ଟ୍ରିଟମେଣ୍ଟରେ ଅତିଷ୍ଠ ହୋଇ ବିଦେଶ ଯାଇଥିଲେ । କିନ୍ତୁ ଏବେ ତାଙ୍କର ଏହି ସ୍ବାଧୀନତା ହିଁ ତାଙ୍କୁ ମହଙ୍ଗା ପଡ଼ିଛି । ନିକଟରେ ଏକ ସାକ୍ଷାତକାରରେ ଭାରତୀୟ ମହିଳା କ୍ରିକେଟ ଷ୍ଟାର୍ ଜେମିମା ରୋଡ୍ରିଗ୍ସ କହିଥିଲେ ଯେ କିପରି ସେ ଥରେ ଏହି ଦମ୍ପତିଙ୍କ ସହିତ ପ୍ରାୟ ଚାରି ଘଣ୍ଟା କଥା ହୋଇଥିଲେ, ଯାହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡର ଏକ କାଫେରୁ ବାହାରି ଯିବାକୁ କୁହାଯାଇଥିଲା ।

anushka
anushka Photograph: (google)

ମ୍ୟାଶେବଲ ଇଣ୍ଡିଆ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଜେମିମା କହିଥିଲେ ଯେ ସେ ଏବଂ ତାଙ୍କ ଦଳର ସାଥୀ ସ୍ମୃତି ମାନ୍ଧନା ବିରାଟଙ୍କୁ ଭେଟି ତାଙ୍କ ବ୍ୟାଟିଂ ଉପରେ ପରାମର୍ଶ ନେବାକୁ ଚାହୁଥିଲେ । ପ୍ରଥମେ ସେମାନେ ତାଙ୍କ ସହିତ କ୍ରିକେଟ ବିଷୟରେ କଥା ହୋଇଥିଲେ ଏବଂ ପରେ ତାଙ୍କୁ ସେହି ହୋଟେଲର ଏକ କାଫେକୁ ଡାକିଥିଲେ, ଯେଉଁଠାରେ ଉଭୟ ପୁରୁଷ ଓ ମହିଳା ଦଳ ରହୁଥିଲେ । ସେମାନଙ୍କର କଥାବାର୍ତ୍ତା ଏତେ ଲମ୍ବା ଚାଲିଥିଲା ଯେ କାଫେ କର୍ମଚାରୀମାନେ ସେମାନଙ୍କୁ ସିଟ୍ ଖାଲି କରି ବାହାରକୁ ଯିବାକୁ କହିଥିଲେ ।

ସନ୍ତାନ ଜନ୍ମ ହେବା ପରେ ବିରାଟ ଏବଂ ଅନୁଷ୍କା ଲଣ୍ଡନ ଚାଲିଯାଇଥିଲେ । ଏହି ଦମ୍ପତି ପାପାରାଜି ଏବଂ ଲାଇମଲାଇଟରୁ ଦୂରରେ ରହି ଏକ ଶାନ୍ତ ଜୀବନ ବଞ୍ଚିବାକୁ ଚାହୁଥିଲେ ତେଣୁ ସେମାନେ ସେଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଅନୁଷ୍କା ତାଙ୍କ ପୁଅ ଅକାୟଙ୍କୁ ଲଣ୍ଡନରେ ଜନ୍ମ ଦେଇଥିଲେ । ତେବେ କୋହଲି ପରିବାରକୁ ପ୍ରାୟତଃ ବିଦେଶର ଗଳିରେ ସ୍ୱାଧୀନ ଭାବରେ ବୁଲୁଥିବାର ଦେଖିବାକୁ ମିଳେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe