କନକ ବ୍ୟୁରୋ : ସମୟ ଥିଲା ଯେତେବେଳେ ଲୋକ ନିଜ ଚାକିରି ବଞ୍ଚାଇବା ପାଇଁ ଉପରୋକ୍ତ କର୍ମଚାରୀଙ୍କ ପ୍ରତି କଥାରେ ହଁ ମାରୁଥିଲେ , ଏଯାବତ ମଧ୍ୟ ସେହି ‘ପାଦଚଟା ପରମ୍ପରା’ ବଜାୟ ରହିଛି । ଯଦିଓ ବର୍ତ୍ତମାନ ସମୟ Gen Z ର ଆସିସାରିଛି । ଯେଉଁମାନଙ୍କର ଅଫିସ କଲଚର ପ୍ରତି ଆଭିମୁଖ୍ୟ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଯଦି ଆପଣ ସୋସିଆଲ ମିଡିଆକୁ ଖୋଳତାଡ଼ କରିବେ ତ ଆପଣଙ୍କୁ ଅନେକ ପ୍ରକାରର ଚିରାଚରିତ କାହାଣୀ ଦେଖିବାକୁ ମିଳିଯିବ । ଯେଉଁଠାରେ Gen Z ନିଜ ଅଧିକାରୀମାନଙ୍କୁ ଶିଖାଇଥିଲେ ଯେ କେମିତି ଚାକିରି କରାଯାଏ । ଏମିତି ନୁହେଁ କି Gen Z ନିଜ କାମ କରନ୍ତି ନାହିଁ ବରଂ ଏମାନେ ନିଜ କାମ ଦାୟିତ୍ୱପୂର୍ଣ୍ଣ ଭାବରେ କରନ୍ତି ଏବଂ ସିଧାସଳଖ ଶବ୍ଦରେ କହିବାକୁ ଗଲେ Gen Z ର ଜନ୍ମ ହୋଇଛି କର୍ପୋରେଟ ଶ୍ରମିକଙ୍କୁ ସୁଧାରିବା ପାଇଁ ।
/filters:format(webp)/kanak/media/media_files/2025/08/07/deposit-2025-08-07-19-10-22.jpg)
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ Gen Z କର୍ମଚାରୀ ନିଜ ଅଧିକାରୀଙ୍କୁ ଏପରି ଜବାବ ଦେଇଥିଲେ କି ଲୋକ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି । ଆରମ୍ଭ କିଛି ଏମିତି ହେଉଛି ଯେତେବେଳେ ଯୁବତୀଙ୍କ ଅଧିକାରୀ ତାଙ୍କୁ ଅଧିକ ସମୟ ରହି କାମ କରିବାକୁ କହୁଛନ୍ତି କିନ୍ତୁ କର୍ମଚାରୀ ବିନା କୌଣସି ଡରରେ ଅଧିକାରୀଙ୍କୁ ଏପରି ଜବାବ ଦେଉଛନ୍ତି ଯାହାକି କେହି କଳ୍ପନା ବି କରିନଥିଲେ । ତାଙ୍କର ଚିନ୍ତାଧାରା ବିଷୟରେ ଜାଣି ଲକ୍ଷ ଲକ୍ଷ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଏବଂ କମେଣ୍ଟ କରି ତାଙ୍କର ପ୍ରଶଂସା କରୁଛନ୍ତି । ଭିଡିଓରେ ଶତାକ୍ଷୀ ପାଣ୍ଡେ ନାମକ ଝିଅ କହୁଛନ୍ତି ଯେ ‘ମୁଁ ଅଫିସରେ ନିଜ କାମକୁ ସମ୍ପୂର୍ଣ୍ଣ କରିବା ପରେ ଯେତେବେଳେ ଘରକୁ ବାହାରିଲି ସେତେବେଳେ ମୋ ପାଖକୁ ଅଧିକାରୀ ଆସି କହିଲେ ଘରକୁ ନ ଯାଇ ବଳକା କାମକୁ କରିଦିଅ । ମୁଁ କହିଲି ଆଜି ମତେ ଠିକ୍ ସମୟରେ ହିଁ ଘରକୁ ଯିବାର ଅଛି । ଅଧିକାରୀ କହିଲେ ମୁଁ କାଲି ରାତିରୁ ଟ୍ରେନରେ ଥିଲି, ସକାଳ ୭ଟାରେ ଓହ୍ଲାଇଲି ଏବଂ ୭:୩୦ରୁ ଅଫିସରେ ଆସିଗଲି ଏବଂ ବର୍ତ୍ତମାନ ସନ୍ଧ୍ୟା ୬ଟା ବାଜିଗଲାଣି, କିନ୍ତୁ ମୁଁ କାମ କରୁଛି , ହଉ ଠିକ୍ ଅଛି ତୁମେ ଯାଅ ମୁଁ ସେମିତି କାମ କରିବି ।’ ମୁଁ କିନ୍ତୁ କାମ ସାରିଥିଲି ତେଣୁ ଚାଲିଆସିଲି । ଏବେ ମୋର ଚାକିରି ଗଲେ ଯାଉ କିନ୍ତୁ ମଣିଷ କାମ କାହିଁକି କରେ ଦୁଇପଇସା ରୋଜଗାର ପାଇଁ । ଯଦି ପଇସା ରୋଜଗାର କରି ଘରେ ସୋଫା , ଖଟ , ଗଦି ପକାଇ ଶାନ୍ତିରେ ଟିକେ ଶୋଇପାରିବନି ତାହେଲେ ଟଙ୍କା କମାଇ ଲାଭ କ’ଣ? ଏ ଗଧଖଟଣି କରିବାର ଆଦୌ ଆବଶ୍ୟକତା ନାହିଁ ।’’
ଏହି ଭିଡିଓକୁ ଇନଷ୍ଟା ଉପରେ kad_shatakshi ନାମକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଖି ସାରିଛନ୍ତି ଏବଂ କମେଣ୍ଟ ବକ୍ସରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ଭଉଣୀ ତୁମେ ଭାରି ସାହସୀ । କାସ୍ ମୁଁ ମଧ୍ୟ ତୁମ ଭଳି ସାହାସୀ ହୋଇପାରନ୍ତି । ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି Gen Z ଜିନ୍ଦାବାଦ , ଯା’ହେଉ ଆମେ ଯାହା କରିପାରୁନୁ ତୁମେ କରିଦେଲ ।