ନିଜ ଆକର୍ଷଣୀୟ ଚକ୍ଷୁଯୁଗଳ ପାଇଁ ରାତାରାତି ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳା ବିକ୍ରି କରି ଇଣ୍ଟରନେଟ୍ ସେନସେସନ୍ ପାଲଟିଥିଲେ ମଧ୍ୟପ୍ରଦେଶ ମହେଶ୍ବରର ମୋନାଲିସା ଭୋସଲେ । ଆର୍ଥିକ ପରିସ୍ଥିତି ସିନା ଅଟକାଇଥିଲା ହେଲେ ଭାଇରାଲ୍ ହେବା ପରେ ମୋନାଲିସାଙ୍କ ଭାଗ୍ୟ ଯେମିତି ବଦଳିଗଲା । ନିଜ ପ୍ରତିଭା ଏବଂ ଆକର୍ଷଣ ମାଧ୍ୟମରେ ସେ ସୋସିଆଲ୍ ମିଡିଆରେ ରାଜ୍ କରିବା ସହ ବଲିଉଡରୁ ମଧ୍ୟ ଅଫର୍ ପାଇବାକୁ ଲାଗିଥିଲେ । ଏହାରି ଭିତରେ ମୋନାଲିସାଙ୍କ ଅନେକ ମେକଓଭର୍ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ଲାଟେଷ୍ଟ୍ ଫଟୋସୁଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖିଲେ ମୋନାଲିସାଙ୍କୁ ଚିହ୍ନି ହେଉନି । 

Advertisment

ଭାଇରାଲ୍ ହେଉଥିବା ଏହି ଫଟୋ ଅମେରା ଡାଇମଣ୍ଡସ୍ ପକ୍ଷରୁ ହୋଇଛି । ଏହି ଫଟୋସୁଟରୁ ହିଁ ଜଣାପଡୁଛି ଯେ ସେ କ୍ୟାମେରା ଆଗରେ କେତେ ସହଜ । କଳାରଙ୍ଗର ବ୍ଲେଜର୍ ଏବଂ ପ୍ୟାଣ୍ଟ୍ ସାଙ୍ଗକୁ ହୀରାର ହାର , କାନଫୁଲ ଏବଂ ମୁଦି ପିନ୍ଧି ସେ ଖୁବ ସୁନ୍ଦର ଦିଶୁଛନ୍ତି । ଏହି ଫଟୋ ଭାଇରାଲ୍ ହେବା ପରେ ୟୁଜର୍ସ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ୍ ଦେଉଛନ୍ତି । କେମିତି ରାତାରାତି ଜଣେ ସାଧାରଣ ଝିଅର ଭାଗ୍ୟ ପରିବର୍ତ୍ତନ ହେଲା ଏହାକୁ ନେଇ ଚର୍ଚ୍ଚା ହେଉଛି ।