କନକ ବ୍ୟୁରୋ : ପ୍ରୟାଗରାଜ ମହାକୁମ୍ଭରେ ସୁନ୍ଦରୀ ବିକୁଛି ମାଳ । କୁମ୍ଭମେଳାରେ ଭାଇରାଲ ହେଉଛନ୍ତି ଜଣେ ସୁନ୍ଦରୀ..   ଯାହାଙ୍କର ଆଖି  ଏତେ ସୁନ୍ଦର  ଯିଏ ଦେଖୁଛି ସିଏ କହୁଛି ବାଃ ଆଖି ଯୋଡିଏ ଭାରି ସୁନ୍ଦର ।  ସୁନ୍ଦର ଆଖି ପାଇଁ  ଯୁବତୀ ଜଣଙ୍କ ଭାଇରାଲ ହେବାରେ  ଲାଗିଛନ୍ତି ।  ଆଉ ଲୋକେ ମାନେ  ତାଙ୍କ ଠାରୁ ମାଳ  କିଣିବା ପାଇଁ ଏବଂ କଥା ହେବା ପାଇଁ ଆଗ୍ରହ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି।  

Advertisment

kumbha (2)

ଭିନ୍ନ ଭିନ୍ନ ବେଶରେ ଯେଉଁଠି ସାଧୁ ସନ୍ଥ  ଭାଇରାଲ ହେଉଛନ୍ତି ସେଇଠି ଏହି ଯୁବତୀ  ନିଜ ସୁନ୍ଦର ଆଖି ପାଇଁ  ଖୁବ୍‌ ଭାଇରାଲ ହେବାରେ ଲାଗିଛନ୍ତି । ଆଉ ସବୁଠୁ ବଡ କଥା ଏହି ଯୁବତୀ ଜଣଙ୍କ ମହାକୁମ୍ଭରେ ମାଳ ବିକୁଛନ୍ତି । ଯୁବତୀ ଜଣଙ୍କ କେଉଁଠୁ ଆସିଛନ୍ତି ଆଉ କଣ ପାଇଁ ଏତେ  ଚର୍ଚ୍ଚା ତାଙ୍କୁ ନେଇ  ?  ସୁଚନାମୁତାବକ,  ଯୁବତୀ ଜଣଙ୍କ  ଇନ୍ଦୋରରୁ ଆସିଛନ୍ତି।  ମହାକୁମ୍ଭରେ ବୁଲି ବୁଲି  ରୁଦ୍ରାକ୍ଷ ମାଳ  ବିକୁଛନ୍ତି ।   ଯୁବତୀ ଜଣଙ୍କ ତାଙ୍କ ନାମ  ମୋନାଲିସା  ବୋଲି କହିଛନ୍ତି ।  

monalisa

ଏହି  ସାଧାରଣ  ଯୁବତୀଙ୍କ  ଆଖିକୁ  ଲୋକେ   ଖୁବ୍‌  ତାରିଫ୍‌  କରୁଛନ୍ତି  । କେବଳ  ନିଜର  ସୁନ୍ଦର ଆଖି ପାଇଁ ଯୁବତୀ ଜଣଙ୍କ ଖୁବ୍‌ ଭାଇରାଲ  ହେବାରେ ଲାଗିଛନ୍ତି ।  ଯୁବତୀଙ୍କ ଠୁ  ଲୋକେ ମାଳ କିଣିବା ପାଇଁ  ଆଗ୍ରହ  ମଧ୍ୟ ପ୍ରକାଶ କରୁଛନ୍ତି ।  ତେବେ ମହାକୁମ୍ଭରେ ମୋନାଲିସାଙ୍କ ସହ  ଆହୁରି ମଧ୍ୟ  ଅନେକ ଝିଅ  ବୁଲି ବୁଲି  ମାଳ ବିକ୍ରି କରୁଛନ୍ତି ଯେଉଁମାନେ  ଇନ୍ଦୋରରୁ ଆସିଥିବା କହୁଛନ୍ତି ।