କନକ ବ୍ୟୁରୋ: ମହାକୁମ୍ଭ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହି ଆସିଛନ୍ତି ଭାଇରାଲ ଗର୍ଲ ମୋନାଲିସା । ସେ ପ୍ରତିଦିନ ତାଙ୍କର ରିଲ୍ସ ସେୟାର କରନ୍ତି । ଯାହାକୁ ଖୁବ ପସନ୍ଦ କରନ୍ତି ୟୁଜର୍ସ । ମୋନାଲିସାଙ୍କ ଷ୍ଟାଇଲ୍କୁ ତାଙ୍କ ପ୍ରଶଂସକମାନେ ଭଲ ପାଆନ୍ତି । କିନ୍ତୁ ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି । କେଉଁ କାରଣରୁ ମୋନାଲିସା କାନ୍ଦୁଛନ୍ତି ତାହା ଜାଣିବାକୁ ଚାହିଁଥିଲେ ୟୁଜର୍ସ । ମୋନାଲିସା କାନ୍ଦୁଥିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ବୁଝାଉଥିବା ନଜର ଆସିଛି ।
ଭାଇରାଲ ହେଉଥିବା ଭିଡିଓରେ ମୋନାଲିସା ପ୍ରଥମେ ଏକ ରୁମ୍ରେ ବସି କାହା ସହ କଥା ହେଉଥିବା ନଜର ଆସୁଛନ୍ତି । ତେବେ ରୁମ୍ରୁ ବାହାରି ଆସିବା ପରେ ସେ ଅଚାନକ କାନ୍ଦିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ମୋନାଲିସାଙ୍କ ପରିବାର ଲୋକେ ତାଙ୍କୁ କିଛି ବୁଝାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ନେଇ କମେଣ୍ଟ୍ କରିବାରେ ଲାଗିଛନ୍ତି ମୋନାଲିସାଙ୍କ ଫ୍ୟାନ୍ସ । ସେ କାହିଁକି କାନ୍ଦୁଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି ସବୁ ୟୁଜର୍ସ ।
ତେବେ କିଛି ୟୁଜର୍ସ ମୋନାଲିସାଙ୍କ କାନ୍ଦିବା କାରଣକୁ ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କ ଗିରଫଦାରୀ ସହ ଯୋଡ଼ୁଛନ୍ତି । କାରଣ ସନୋଜ ମିଶ୍ରା ସେହି ନିର୍ଦ୍ଦେଶକ ଯିଏ ମୋନାଲିସାଙ୍କୁ ଫିଲ୍ମ ଅଫର୍ କରି ଚର୍ଚ୍ଚା ପରିସରକୁ ଆସିଥିଲେ । କିନ୍ତୁ ଏବେ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ଫିଲ୍ମରେ ଅଭିନୟ ସୁଯୋଗ ଦେବା ଆଳରେ ତାଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖୋଦ ମହିଳା ଜଣକ ଏହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ । ସନୋଜ ତାଙ୍କୁ ତିନିଥର ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ପୀଡିତା କହିଛନ୍ତି, ସନୋଜ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି, ତେବେ ସେ ତାଙ୍କ ଅନ୍ତରଙ୍ଗ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବେ । ତଦନ୍ତ ପରେ ସନୋଜଙ୍କୁ ଗିରଫ କରିଛି ପୋଲିସ । ଏହି କାରଣରୁ ମୋନାଲିସା କାନ୍ଦୁଥାଇ ପାରନ୍ତି ବୋଲି କମେଣ୍ଟ୍ କରିଛନ୍ତି ୟୁଜର୍ସ ।
ମହାକୁମ୍ଭରେ ମାଳି ବିକ୍ରି କରୁଥିବା ବେଳେ ନିଜ ସୌନ୍ଦର୍ଯ୍ୟତାକୁ ନେଇ ଭାଇରାଲ ହୋଇଥିଲେ ମୋନାଲିସା । ଏହାପରେ ତାଙ୍କ ସହ ଗୋଟିଏ ସେଲ୍ଫି ନେବା ଏକ ଟ୍ରେଣ୍ଡ୍ ପାଲଟି ଯାଇଥିଲା । ଏହାରି ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ରା ତାଙ୍କୁ ବଲିଉଡ୍ରେ ଡେବ୍ୟୁ କରିବାକୁ ଫିଲ୍ମ ଅଫର କରିଥିଲେ ।