କନକ ବ୍ୟୁରୋ: ଜାପାନର ପ୍ରସିଦ୍ଧ ଆନିମେସନ୍ ଷ୍ଟୁଡିଓ ଆର୍ଟ  ଘିବଲି ଏବେ ଚହଳ ସୃଷ୍ଟି କରିଛି । ଛୋଟ ପିଲାଙ୍କଠାରୁ ବଡ ସମସ୍ତେ ଏବେ ଘିବଲୀ ପଛରେ । କେବଳ ଫଟୋ ଅପଲୋଡ୍ କଲେ ଏବଂ କିଛି ମିନିଟ୍ ମଧ୍ୟରେ ଏକ ଘିବଲି ଏହାକୁ ଏକ ଷ୍ଟାଇଲ୍ ଅବତାରରେ ଫଟୋ ପ୍ରଦାନ କରିଥାଏ । ଏହି ଟ୍ରେଣ୍ଡ୍ କେବଳ ଆନିମେସନ୍‌ ପ୍ରେମୀଙ୍କ ମଧ୍ୟରେ ସୀମିତ ନାହିଁ, ଏବେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ସାଧାରଣ ୟୁଜର୍ସ ଏପରିକି ପିଲାମାନେ ମଧ୍ୟ ଏହି ଅବତାର ପାଇଁ ପାଗଳ ହେଉଛନ୍ତି । କିନ୍ତୁ କ୍ରେଜ୍ ବଢ଼ୁଥିବାରୁ ବିଶେଷଜ୍ଞଙ୍କ ଚିନ୍ତା ମଧ୍ୟ ସାମ୍ନାକୁ ଆସିଛି । ୟୁଏଇର ସାଇବର ସୁରକ୍ଷା ବିଶେଷଜ୍ଞମାନେ ଘିବଲି ଟ୍ରେଣ୍ଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସାଇବର ଏକ୍ସପର୍ଟ କହିଛନ୍ତି, ଏଆଇ ପ୍ଲାଟଫର୍ମରେ ଚେହେରାର ଫଟୋ ଅପଲୋଡ୍ କରିବାର ଅର୍ଥ ହେଉଛି ଆପଣ ବାୟୋମେଟ୍ରିକ୍ ପରିଚୟ ସାର୍ବଜନୀନ ଭାବରେ ସେୟାର କରୁଛନ୍ତି, ଯାହା ଥରେ ଚୋରି ହେବା ପରେ ପୁନରୁଦ୍ଧାର ହୋଇପାରିବ ନାହିଁ । ସାଇବର ଅପରାଧୀମାନେ ଡିଜିଟାଲ ପରିଚୟ ଚୋରି କରିବା, ନକଲି ପ୍ରୋଫାଇଲ୍ ତିଆରି କରିବା କିମ୍ବା ଅନଲାଇନ୍ ଠକେଇ କରିବା ପାଇଁ ଏହି ଫଟୋଗୁଡ଼ିକୁ ବ୍ୟବହାର କରିପାରିବେ । ଘିବଲୀକୁ ନେଇ ୟୁଏଇ ସରକାର ଜନସାଧାରଣଙ୍କୁ କହିଛନ୍ତି, ଡାଟା ଚୋରୀ ସହ ବ୍ୟକ୍ତିଗତ ତଥ୍ୟ ଚୋରୀ ହେବାର ସମ୍ଭାବନା ରହିଛି । ଏହାଠାରୁ ଦୁରେଇ ରହିବା ଭଲ ବୋଲି ସରକାର ୟୁଏଇବାସୀଙ୍କୁ କହିଛନ୍ତି ।