କନକ ବ୍ୟୁରୋ: ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା NSG । ଅନେକ ସମୟରେ ଆପଣ ନେତା, ମନ୍ତ୍ରୀ ଆଉ ଭିଆଇପି ଲୋକଙ୍କ ପାଖରେ ବ୍ଲାକ୍ କମାଣ୍ଡୋମାନଙ୍କୁ ଦେଖିବାକୁ ପାଇଥିବେ । ହେଲେ ଏବେ ଏନଏସଜିକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଏଣିକି ଆଉ ଭିଆଇପି ସୁରକ୍ଷା ଦାୟିତ୍ୱରେ ରହିବେନି ଏନଏସଜି କମାଣ୍ଡୋ ।

Advertisment

NSG କମାଣ୍ଡୋଙ୍କୁ ନୂଆ ଦାୟିତ୍ୱ ଦେବା ସହ, ଭିଆଇପି ସୁରକ୍ଷା ଦାୟିତ୍ୱ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ବା CRPFକୁ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକି ଆସନ୍ତା ମାସରୁ ହିଁ ଲାଗୁ ହେଇଯିବ ।

ଦେଶରେ ପୂର୍ବରୁ କିଛି ଭିଆଇପି ଲୋକଙ୍କୁ ବ୍ଲାକ କମାଣ୍ଡୋ ଏନଏସଜି ସୁରକ୍ଷା ଦେଇ ଆସୁଥିଲେ । ହେଲେ ଏବେ କିନ୍ତୁ ସିଆରପିଏଫ୍ ଯବାନଙ୍କ ସ୍ପେଶାଲ ଟ୍ରେନିଂ କରାଯାଇ, ସେମାନଙ୍କୁ ଭିଆଇପି ସୁରକ୍ଷାରେ ନିୟୋଜିତ କରାଯିବ । ଏଥିପାଇଁ CRPFରେ ସ୍ପେଶାଲ ଓ୍ୱିଙ୍ଗ୍ ତିଆରି କରାଯାଇଛି । ଆମ ଦେଶରେ ବର୍ତ୍ତମାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ସୁପ୍ରିମୋ ମାୟାବତୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ଗୁଲାମ ନବୀ ଆଜାଦ୍, ଫାରୁକ୍ ଅବଦୁଲ୍ଲା ଆଉ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳୁଛି ଏନଏସଜି ସୁରକ୍ଷା । ଏବେ ଏହି ନେତାଙ୍କୁ ସିଆରପିଏଫର ସିକ୍ୟୁରିଟି ଓ୍ୱିଙ୍ଗ୍ ସୁରକ୍ଷା ଯୋଗେଇବ ।

NSG STORYଭିଆଇପିଙ୍କ ସୁରକ୍ଷା ଦାୟିତ୍ୱ ପାଇବାକୁ ଯାଉଥିବା ସିଆରପିଏଫ୍ ପାଖରେ ପୂର୍ବରୁ ୬ଟି ସିକ୍ୟୁରିଟି ବାଟାଲିଅନ ରହିଛି । ଆଉ ଏବେ ଏହି ନୂଆ ସିକ୍ୟୁରିଟି ବାଟଲିଅନ୍ ସହିତ, ଏହି ସଂଖ୍ୟା ୭ରେ ପହଞ୍ଚିଛି । 

ଗୋଟିଏ ପଟେ ଏନଏସଜିକୁ ଭିଆଇପି ସୁରକ୍ଷା ଦାୟିତ୍ୱରୁ ହଟାଯାଇଥିବାବେଳେ, ଏବେ ତାଙ୍କୁ ନୂଆ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏଣିକି ଏନଏସଜି କମାଣ୍ଡୋକୁ ନେଇ ଏକ ସ୍ପେଶାଲ ଏଲିଟ୍ ଫୋର୍ସ ତିଆରି କରାଯିବ, ଯାହାକୁ କି ଷ୍ଟ୍ରାଇକ୍ ଟିମ୍ କୁହାଯିବ । ଏହି ଟିମ୍ ହାଇ-ରିସ୍କ ଏରିଆରେ ସିକ୍ୟୁରିଟି ଦାୟିତ୍ୱ ସମ୍ଭାଳିବା ସହ ଆତଙ୍କବାଦୀ ଦମନ ପାଇଁ କାମ କରିବ ବୋଲି କୁହାଯାଉଛି । 

ତେବେ ଆମେ ସମସ୍ତେ ଜାଣିଛେ, ଏନଏସଜି ହେଉଛି ଆମ ଦେଶର ସବୁଠୁ ଉନ୍ନତମାନର ସୁରକ୍ଷାବଳ । ବର୍ତ୍ତମାନ ଆମ ଦେଶରେ ୧୦ ହଜାରରୁ ଅଧିକ ଏନଏସଜି କମାଣ୍ଡୋ ଥିବାବେଳେ, ଭିଭିଆଇପିମାନଙ୍କୁ ସୁରକ୍ଷା ଦେବାକୁ ଏନଏସଜି କମାଣ୍ଡୋ ନିୟୋଜିତ ହେଇଥାନ୍ତି । ତେବେ ୧୯୮୪ ମସିହାରେ ଅପରେସନ୍ ବ୍ଲୁ ଷ୍ଟାର ବେଳେ ଏହି ଏନଏସଜି କମାଣ୍ଡୋ ଗଠନ କରାଯାଇଥିଲା । ଆଉ ପ୍ରଥମେ ପ୍ରଥମେ ଏହାକୁ ପଞ୍ଜାବରେ ନିୟୋଜିତ କରାଯାଇଥିଲା । ଏହାପରେ ଜାମ୍ମୁକାଶ୍ମୀରରେ ମଧ୍ୟ ଏନଏସଜି କମାଣ୍ଡୋଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏବେ ବି ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ଏନଏସଜି କମାଣ୍ଡୋ ନିୟୋଜିତ ହେଇଥାନ୍ତି ।