ଜିନ୍ନତକୁ ଭିଆଇପି ସୁରକ୍ଷା । ଲମ୍ବା କାରକେଡରେ ଆସିଲା ବାଘୁଣୀ

Advertisment

ଦୀର୍ଘ ୨୨ ଦିନ ହେବ ବନବିଭାଗକୁ ଚକମା ଦେଲା। ଶିମିଳିପାଳରୁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଜଙ୍ଗଲରେ ଘୂରି ବୁଲିଲା। ଟ୍ରାଙ୍କୁଲାଇଜ ହେବା ପୂର୍ବରୁ ବନବିଭାଗର ଟିମକୁ ନାକେଦମ କଲା ବାଘୁଣୀ ଜିନ୍ନତ।

ଦୀର୍ଘ ୨୨ ଦିନ ହେବ ବନବିଭାଗକୁ ଚକମା ଦେଲା। ଶିମିଳିପାଳରୁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଜଙ୍ଗଲରେ ଘୂରି ବୁଲିଲା। ଟ୍ରାଙ୍କୁଲାଇଜ ହେବା ପୂର୍ବରୁ ବନବିଭାଗର ଟିମକୁ ନାକେଦମ କଲା ବାଘୁଣୀ ଜିନ୍ନତ।

ଜିନ୍ନତକୁ ଭିଆଇପି ସୁରକ୍ଷା

ଜିନ୍ନତକୁ ଭିଆଇପି ସୁରକ୍ଷା Photograph: (KanakNews )

କନକ ବ୍ୟୁରୋ: ଦୀର୍ଘ ୨୨ ଦିନ ହେବ ବନବିଭାଗକୁ ଚକମା ଦେଲା। ଶିମିଳିପାଳରୁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଜଙ୍ଗଲରେ ଘୂରି ବୁଲିଲା। ଟ୍ରାଙ୍କୁଲାଇଜ ହେବା ପୂର୍ବରୁ ବନବିଭାଗର ଟିମକୁ ନାକେଦମ କଲା ବାଘୁଣୀ ଜିନ୍ନତ। ଝାଳବୁହା ପରିଶ୍ରମ ପରେ ବନବିଭାଗର ଚାଲରେ ଫସିଲା ଜିନ୍ନତ। ଏବେ ଆଲିପୁର ଚିଡିଆଖାନାରେ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି। ଖୁବଶୀଘ୍ର ବାଘୁଣୀ ଫେରିବ ପୁରୁଣା ଠିକଣା ଶିମିଳିପାଳକୁ।

  • ଜିନ୍ନତକୁ ଭିଆଇପି ସୁରକ୍ଷା
  • ଲମ୍ବା କାରକେଡରେ ଆସିଲା ବାଘୁଣୀ 

ସାଇରନ ମାରି ଚାଲିଛି ଏକାଧିକ ପୋଲିସ ଗାଡି। ତା ଭିତରେ ସ୍ବତନ୍ତ୍ର ଭାବେ ଆଗକୁ ବଢୁଛି ରକ୍ଷକ।  କେହି ଯେପରି ବାଧା ସୃଷ୍ଟି ନ କରିପାରିବେ ସେଥିପାଇଁ କଡା ସୁରକ୍ଷାବଳୟ। ଯେ କେହି ଏହି କାରକେଡ ଦେଖିଲେ ଭାବିବ କେହି ଭିଆଇପି ଆସୁଛନ୍ତି ବୋଲି। କିନ୍ତୁ ଏ ସୁରକ୍ଷା ଓ ଏ କାରକେଡ ବାଘୁଣୀ ଜିନ୍ନତ ପାଇଁ। ଯିଏକି ୨୨ ଦିନ ହେବ ଶିମିଳିପାଳରୁ ଚମ୍ପଟ ମାରି ପଶ୍ଚିମବଙ୍ଗରେ ଆତଙ୍କ ଖେଳାଇଥିଲା। ଏବେ ଟ୍ରାଙ୍କୁଲାଇଜ ପରେ ଜିନ୍ନତକୁ ପୁଣିଥରେ ଶିମିଳିପାଳକୁ ଫେରାଇ ଅଣାଯାଉଛି।

  • ବନବିଭାଗର ଅପରେସନ ‘ଜିନ୍ନତ’ ସଫଳ
  • ଗୋଟିଏ ଦିନରେ ୨ ଥର ହେଲା ଟ୍ରାଙ୍କୁଲାଇଜ 

ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତ ଡିସେମ୍ବର ୮ରେ ଶିମିଳିପାଳ ଅଭୟାରଣ୍ୟରୁ ଚମ୍ପଟ ମାରିଥିଲା। କେତେବେଳେ ଝାଡଖଣ୍ଡ ତ ପୁଣି କେତେବେଳେ ପଶ୍ଚିମବଙ୍ଗ, ଜଙ୍ଗଲରୁ ଜଙ୍ଗଲ ବୁଲି ଠିକଣା ବଦଳାଉଥିଲା ଜିନ୍ନତ। କିନ୍ତୁ ବାଘୁଣୀକୁ ଧରିବାକୁ ସୁଚିନ୍ତିତ ରଣନୀତି କରିଥିଲା ବନବିଭାଗର ସ୍ୱତନ୍ତ୍ର ଟିମ୍। 

କେମିତି ଧରାପଡିଲା ଜିନ୍ନତ?

  • ରବିବାର ପଶ୍ଚିମବଙ୍ଗର କଂସାବତୀ ଜଳଭଣ୍ଡାର ନିକଟରେ ଠାବ ହେଲା ଜିନ୍ନତ
  • ମଇଁଷି ଖାଇବା ଲୋଭରେ ଆସି ଟ୍ରାପରେ ପଡିଲା ଜିନ୍ନତ
  • ପ୍ରଥମ ଟ୍ରାଙ୍କୁଲାଇଜ ପରେ ମଧ୍ୟ ଜିନ୍ନତର ଚେତା ବୁଡିଲାନି
  • ଘୂରି ବୁଲୁଥିବା ବେଳେ ଅପରାହ୍ନ ୪ଟାରେ ଦ୍ବିତୀୟଥର ଜିନ୍ନତକୁ କରାଗଲା ଟ୍ରାଙ୍କୁଲାଇଜ
  • ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାକୁ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଲାଗିଥିଲେ

ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବା ପରେ ଏବେ ତାର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। ଖୁବଶୀଘ୍ର ଜିନ୍ନତକୁ ଶିମିଳିପାଳ ଫେରାଇ ଆଣି ଦକ୍ଷିଣ ଶିମିଳିପାଳରେ ଯମୁନା ପାଇଁ ଉର୍ଦ୍ଦିଷ୍ଟ ଥିବା ଏନକ୍ଲୋଜରରେ ରଖାଯିବ। ଯାହାଦ୍ବାରା ଏନକ୍ଲୋଜରରୁ ବାହାରକୁ ଛଡାଗଲେ ଜିନ୍ନତ ପୁଣିଥରେ ଶିମିଳିପାଳ ଜଙ୍ଗଲ ଛାଡି ଦୂରକୁ ଯିବା ସମ୍ଭବପର ହେବନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe