କନକ ବ୍ୟୁରୋ: ଇରାନରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଏବେ ଅତି ଜଟିଳ ରାଜନୈତିକ ଓ ମାନବାଧିକାର ସଙ୍କଟର ରୂପ ନେଇଛି । ସରକାରୀ ଦମନରେ ମୃତ୍ୟୁ ସଂଖ୍ୟା ୩,୫୦୦ରୁ ଅଧିକ ହୋଇଥିବା ବେଳେ ଇରାନ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଇରାନ ଫାଶୀ ଓ ହିଂସା ରୋକିବାକୁ ସଙ୍କେତ ଦେଇଥିବା ବେଳେ ଅନ୍ୟପକ୍ଷରେ ସମଗ୍ର ଇରାନର ବ୍ୟବସ୍ଥା ଉପରେ ‘ପୂର୍ଣ୍ଣ ନିୟନ୍ତ୍ରଣ’ରହିଥିବା ଦାବି କରିଛି ।
ବିକ୍ଷୋଭକାରୀଙ୍କ ଉପରେ ଦ୍ରୁତ ବିଚାର କରି ତତ୍କାଳ ମୃତ୍ୟୁଦଣ୍ଡ ପାଇଁ ଇରାନ ପ୍ରଧାନବିଚାରପତି ଗତକାଲି ଦେଇଥିବା ପ୍ରସ୍ତାବ ଏକ ରଣନୀତିକ ଚାଲ୍ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ଇରାନର ଇସଲାମିକ୍ ରିପବ୍ଲିକ୍ର ସ୍ଥିରତାକୁ ଦୋହଲାଇ ଦେଇଥିବା ବେଳେ ମଧ୍ୟପ୍ରାଚ୍ୟରେ ଏକ ନୂଆ ସଙ୍କଟର ଆଶଙ୍କା ବଢ଼ାଇଛି। ଟ୍ରମ୍ପଙ୍କ ହସ୍ତକ୍ଷେପ ଏହାକୁ ଏକ ଆନ୍ତର୍ଜାତୀୟ ମାମଲାରେ ପରିଣତ କରିଛି ଏବଂ ଇରାନର ଅର୍ଥନୈତିକ ସଙ୍କଟ ଓ ମାନବାଧିକାର ପ୍ରସଙ୍ଗ ସାଂପ୍ରତିକ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।
ଅଧିକ ପଢନ୍ତୁ: ଯୁଦ୍ଧ ଦ୍ୱାରଦେଶରେ ଇରାନ: ଫସି ରହିଛନ୍ତି ୧୦ ହଜାର ଭାରତୀୟ
ଇରାନରେ ବିକ୍ଷୋଭକାରୀଙ୍କ ହତ୍ୟା ବନ୍ଦ ହୋଇଛି ଏବଂ ଫାଶୀ ଯୋଜନା ରଦ୍ଦ ହୋଇଛି ବୋଲି ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ମୁଁ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ବିକ୍ଷୋଭକାରୀଙ୍କୁ ଫାଶୀ ଦିଏ, ତେବେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା ଦେବନାହିଁ। ଟ୍ରମ୍ପଙ୍କ ଏହି ବୟାନ ପରେ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଆରାଗ୍ଚି କହିଛନ୍ତି, ଫାଶୀ ଯୋଜନା ନାହିଁ ଏବଂ ସରକାର ‘ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି’।
ମୃତ୍ୟୁସଂଖ୍ୟା ଓ ହିଂସାର ଗଭୀରତା ନେଇ ମାନବାଧିକାର ସଂଗଠନ ହ୍ୟୁମାନ୍ ରାଇଟ୍ସ୍ ଆକ୍ଟିଭିଷ୍ଟ୍ସ୍ ନ୍ୟୁଜ୍ ଏଜେନ୍ସି (ଏଚ୍ଆର୍ଏଏନ୍ଏ) ଅନୁଯାୟୀ, ବିକ୍ଷୋଭ ଆରମ୍ଭ ହେବା ପରଠାରୁ ୩,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ବିକ୍ଷୋଭକାରୀ, ନାଗରିକ ଓ ସୁରକ୍ଷା କର୍ମଚାରୀ ଅନ୍ତର୍ଭୁକ୍ତ। ଇରାନ ହ୍ୟୁମାନ୍ ରାଇଟ୍ସ୍ ମଧ୍ୟ ଏହାକୁ ନିଶ୍ଚିତ କରିଛି । ସରକାରୀ ବାହିନୀ ଓ ବାହାରୁ ଆସିଥିବା ମର୍ସିନାରିଙ୍କ ଦ୍ୱାରା ସିଧା ଗୁଳିବର୍ଷଣ, ଟିୟର ଗ୍ୟାସ୍ ଓ ଅନ୍ୟ ଦମନ ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିଛି । ତେହେରାନ୍, ଇସ୍ଫହାନ୍ ଓ ମାଶହାଦ୍ ଭଳି ସହରଗୁଡ଼ିକରେ ହିଂସା ଅଧିକ ରହିଛି । ବିକ୍ଷୋଭକାରୀମାନେ ଇସଲାମିକ୍ ରିପବ୍ଲିକ୍ର ପରିସମାପ୍ତି ଦାବିରେ ଅଟଳ ରହିଥିବା ବେଳେ ସରକାରୀ ଦମନ ସତ୍ତ୍ବେ କର୍ଫ୍ୟୁ ଭିତରେ ଲୋକେ ପ୍ରତିବାଦ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/15/violent-protests-2026-01-15-15-10-05.jpg)