କନକବ୍ୟୁରୋ:ସୋସିଆଲ ମିଡିଆରେ ବିବାଦୀୟ ଭିଡିଓକୁ ନେଇ ଭଦ୍ରକରେ ହିଂସା ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ପୋଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଇଣ୍ଟରନେଣ୍ଟ ସେବା ବନ୍ଦ କରାଯାଇଛି ।

Advertisment

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ ଧାରା ଜାରି ହୋଇଛି । ପୁରୁଣା ବଜାର ଅଞ୍ଚଳରେ ୧୦ ପ୍ଲାଟୁନ ଓ ଧାମନଗରରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି  କୌଣସି ମିଥ୍ୟା ଗୁଜବ ନଶୁଣି ଶାନ୍ତି ବଜାୟ ରଖିବାକୁ ବାଲେଶ୍ଵର ଡିଆଇଜି ଅପିଲ କରିଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ବିରୋଧୀ ଗୋଷ୍ଠୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ରାଲି କରି ଯାଉଥିବା ବେଳେ ଅଟକାଇବାରୁ ପୁଲିସକୁ କିଛି ଅସାମାଜିକ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିର ଜଣେ ପୁଲିସ ଏସଆଇଙ୍କ ସମେତ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଭ୍ୟାନ ଓ ତହସିଲଦାର ଗାଡି ଭଙ୍ଗାରୁଜା ହୋଇଛି।

ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିଛି । ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଥାନାରେ ଅଭିଯୋଗ କରିଥିଲା । ସନ୍ତିଆ ନିକଟରେ ରାଲି କରିବାକୁ ଉଦ୍ୟମ କରୁଥିବା ସମୟରେ ଭଦ୍ରକ ସିଟି ଡ଼ିଏସପି ତହସିଲଦାର ଓ ଟାଉନ ପୋଲିସ ସେମାନଙ୍କୁ ଯିବାକୁ ବାରଣ କରିଥିଲେ। ଫଳରେ ଉତ୍ୟକ୍ତ ଲୋକଙ୍କ ମାଡରେ ଟାଉନ ପୋଲିସ ସବ ଇନିସ୍ପେକ୍ଟର ରୋଜନ ମୁର୍ମୁ ଆହତ ହୋଇଛନ୍ତି।