ପାକିସ୍ତାନ ବଲୁଚିସ୍ତାନରେ ବଢୁଛି ହିଂସା,ଚୀନ ଲୋକଙ୍କୁ ଦେଖିଲେ ଗୁଳି କରିବାକୁ ଲିବରେସନ୍ ଆର୍ମିର ଧମକ

Advertisment

ଜଳୁଛି ପାକିସ୍ତାନ। ପଡୋଶୀ ଦେଶରେ ତେଜୁଛି ଗୃହଯୁଦ୍ଧ। ବଲୁଚିସ୍ତାନରେ ସ୍ଥିତି ଅଣାୟତ ହୋଇ ପଡିଲାଣି।

ଜଳୁଛି ପାକିସ୍ତାନ। ପଡୋଶୀ ଦେଶରେ ତେଜୁଛି ଗୃହଯୁଦ୍ଧ। ବଲୁଚିସ୍ତାନରେ ସ୍ଥିତି ଅଣାୟତ ହୋଇ ପଡିଲାଣି।

ARMY

କନକବ୍ୟୁରୋ: ଜଳୁଛି ପାକିସ୍ତାନ। ପଡୋଶୀ ଦେଶରେ ତେଜୁଛି ଗୃହଯୁଦ୍ଧ। ବଲୁଚିସ୍ତାନରେ ସ୍ଥିତି ଅଣାୟତ ହୋଇ ପଡିଲାଣି। ପାକିସ୍ତାନଠାରୁ ଅଲଗା ହେବା ପାଇଁ, ହିଂସାତ୍ମକ ବିଦ୍ରୋହ ଆରମ୍ଭ କରିଦେଇଛି ବଲୁଚିସ୍ତାନ୍ ଲିବରେସନ୍ ଆର୍ମି। ଗତ କିଛି ଦିନ ଧରି ପାକ୍ ସେନାର କର୍ମଚାରୀ ଓ ସରକାରୀ ସମର୍ଥକଙ୍କୁ ଖୋଜି ଖୋଜି ହତ୍ୟା କରୁଛି ବିଏଲଏ ବା ବଲୁଚିସ୍ତାନ ଲିବରେସନ୍ ଆର୍ମି। ଆଉ ଏବେ ପାକ୍ ସରକାର ସମେତ ଚୀନକୁ ସିଧାସଳଖ ଧମକ ଦେଇଛି। ତୁରନ୍ତ ବଲୁଚିସ୍ତାନ ଛାଡ଼ି ଚାଲିଯିବାକୁ କହିଛି ବିଏଲ୍ଏ।

ସୋସିଆଲ ମିଡିଆ ଏକ୍ସରେ ବଲୁଚ ଲିବରେସନ୍ ଆର୍ମି ଏକ ଭିଡିଓ ବାର୍ତା ମଧ୍ୟ ସେୟାର କରିଛି। ଏଥିରେ ଚାଇନା ଓ ପାକିସ୍ତାନକୁ ବଲୁଚିସ୍ତାନ୍ ଛାଡ଼ି ପଳାଇବାକୁ ଧମକ ଦେଇଛି ବିଏଲ୍ଏ। ବଲୁଚିସ୍ତାନ ପାକିସ୍ତାନର ଏକ ପ୍ରମୁଖ ପ୍ରଦେଶ। ଏହି ବିଶାଳ ଅଞ୍ଚଳ ଖଣିଜ ସମ୍ପଦରେ ଭରା। ଏହାସହ ଏଠାରେ ରହିଛି ପ୍ରମୁଖ ଗୱଦାର ପୋର୍ଟ। ଏହି ପୋର୍ଟରୁ ବିପୁଳ ରାଜସ୍ୱ ପାଇଥାନ୍ତି ପାକିସ୍ତାନ ସରକାର। ଚାଇନା ସହଯୋଗରେ ଗୱଦାର ପୋର୍ଟକୁ ନିର୍ମାଣ କରାଯାଇଥିବାବେଳେ ଚାଇନାକୁ ସାମଗ୍ରୀ ପହଞ୍ଚାଇବା ପାଇଁ ଚାଇନା- ପାକିସ୍ତାନ ଇକୋନୋମିକ୍ କରିଡର ପ୍ରସ୍ତୁତ କରାଯାଇଛି। ହେଲେ ପାକିସ୍ତାନ ସରକାର ଚାଇନା ସହ ମିଶି ବଲୁଚିସ୍ତାନ ମାଟିକୁ ଦୁରୁପଯୋଗ କରୁଥିବା ଅଭିଯୋଗ କରିଛି ବଲୁଚ ଲିବରେସନ୍ ଆର୍ମି। ଏବଂ ତୁରନ୍ତ ବଲୁଚିସ୍ତାନ ଛାଡିବାକୁ ଧମକ ବି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe