ପୁଣି ହିଂସାରେ ଥରିଲା ମଣିପୁର; ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ପୋଡିଦେଲେ ଦୁର୍ବୃତ୍ତ

ପୁଣି ହିଂସାରେ ଥରିଲା ମଣିପୁର । ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜୀବନ୍ତ ପୋଡି ମାରିଦେଲେ ଦୁର୍ବୃତ୍ତ  । ପ୍ରତିବାଦରେ ପ୍ରଦର୍ଶନକାରୀ ପୋଡିଲେ ୧୭ଘର ।ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ ।

53mp

କନକ ବ୍ୟୁରୋ: ପୁଣି ଅସ୍ଥିର ମଣିପୁର । ୩ଟି ସନ୍ତାନର ମା’ ଓ ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜୀବନ୍ତ ପୋଡି ମାରିଦବା ଭଳି ଘଟଣା ପୁଣି ମଣିପୁରରେ ଅଶାନ୍ତ ମାହୋଲ ସୃଷ୍ଟି କରିଛି । ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ଜେରିବାମ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ମହିଳା ଶୋଇଥିବାବେଳେ କିଛି ଦୁର୍ବୃତ୍ତ ଘରେ ପଶି ଲୁଟପାଟ୍ , ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ମାରପିଟ କରିଥିଲେ ଦୁର୍ବୃତ୍ତ ପରେ ଗୁଳିମାଡ କରିବା ସହ ଜିଅନ୍ତା ପୋଡି ମାରିଦେଇଥିଲେ ।

ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି ଘଟଣାସ୍ଥଳରୁ କେବଳ ୬କିଲୋମିଟର ଦୂରରେ ରହିଛି ସେନା କ୍ୟାମ୍ପ । ଘଟଣା ପରେ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖାଦେଇଛି ।କଡ଼ା ସୁରକ୍ଷା ମଧ୍ୟରେ ଜେରାଜୋମ ଜିଲ୍ଲା ଓ ଏହାର ଆଖପାଖ ଅଂଚଳକୁ ରଖାଯାଇଛି । କିଛି ସ୍ଥାନରେ କଫ୍ୟୁ ଲାଗୁ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ପୁଲିସର ସୂଚନା ଅନୁସାରେ ମୈଇତି ସମ୍ପ୍ରଦାୟର ଉଗ୍ରବାଦୀ ଏହି ଘଟଣା ଘଟାଇଛନ୍ତି । ତେବେ ଆକ୍ରୋଶିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରି ୧୭ଟି ଘରେ ନିଆଁ ଲଗାଇବା ସହ ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe