ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: କରାଚୀରେ ଆମେରିକୀୟ କନସୁଲେଟ୍‌ରେ ନିଆଁ ଲଗାଇଲେ ଲୋକେ

Advertisment

ଖାମେନେଇଙ୍କ ମୃତ୍ୟୁ ଏବଂ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିବାଦରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ କରାଚୀର ରାସ୍ତାକୁ ଓହ୍ଲାଇଛନ୍ତି । ମାଇ କୋଲାଚି ରୋଡରେ ଥିବା ଆମେରିକୀୟ ଦୂତାବାସ ଉପରେ ଜନତା ଆକ୍ରମଣ କରି ନିଆଁ ଲଗାଇ‌ ଦେଇଛନ୍ତି। ।

ଖାମେନେଇଙ୍କ ମୃତ୍ୟୁ ଏବଂ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିବାଦରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ କରାଚୀର ରାସ୍ତାକୁ ଓହ୍ଲାଇଛନ୍ତି । ମାଇ କୋଲାଚି ରୋଡରେ ଥିବା ଆମେରିକୀୟ ଦୂତାବାସ ଉପରେ ଜନତା ଆକ୍ରମଣ କରି ନିଆଁ ଲଗାଇ‌ ଦେଇଛନ୍ତି। ।

Violence in Pakistan

Violence in Pakistan Photograph: (Google)

କନକ ବ୍ୟୁରୋ:  ଇରାନର ର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନର ପରିସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହୋଇପଡୁଛି । କରାଚୀରେ ଥିବା ଆମେରିକୀୟ କନସୁଲେଟ୍ ଉପରେ ଏକ ଭିଡ଼ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳରୁ ମିଳିଥିବା ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଖେମିନିଙ୍କ ମୃତ୍ୟୁ ଏବଂ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିବାଦରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ କରାଚୀର ରାସ୍ତାକୁ ଓହ୍ଲାଇଛନ୍ତି। ମାଇ କୋଲାଚି ରୋଡରେ ଥିବା ଆମେରିକୀୟ ଦୂତାବାସ ଉପରେ ଜନତା ଆକ୍ରମଣ କରି ନିଆଁ ଲଗାଇ‌ ଦେଇଛନ୍ତି। । ରିପୋର୍ଟ ଅନୁଯାୟୀ, ଦୂତାବାସର ପ୍ରବେଶ ଦ୍ୱାରରେ ଭଙ୍ଗାରୁଜା କରାଯାଇଛି। ଗାର୍ଡହାଉସରେ ନିଆଁ ଲଗାଇ ଦିଆଯାଇଛି । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକ ଦୂତାବାସ ବାହାରେ ଧୂଆଁର କୁଣ୍ଡଳୀ ଦେଖାଯାଉଛି । ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ହୋଇଛି, ଯାହା ବିଶ୍ୱର ଅନେକ ଦେଶରେ ପ୍ରତିବାଦର କାରଣ ହୋଇଛି। ଖେମିନିଙ୍କ ମୃତ୍ୟୁ ପରେ ଇରାକ ଏବଂ ଭାରତରେ ପ୍ରଦର୍ଶନ ହେଉଛି। ଇରାକରେ ଥିବା ଆମେରିକୀୟ ଦୂତାବାସ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଇରାକରେ ଥିବା ଆମେରିକୀୟ ଦୂତାବାସକୁ ଭଙ୍ଗାରୁଜା କରିବା ପାଇଁ ବ୍ୟବହୃତ ମେସିନଗୁଡ଼ିକୁ ଜବତ କରାଯାଇଛି। ପ୍ରଦର୍ଶନକାରୀମାନେ ଦୂତାବାସକୁ ଭଙ୍ଗାରୁଜା କରିବା ପାଇଁ ମେସିନଗୁଡ଼ିକ ନେଇ ଆସିଥିଲେ ।

ଅଧିକ ପଢନ୍ତୁ:  ଗୁଜବରେ ପୂର୍ଣ୍ଣଛେଦ : ଖେମିନିଙ୍କ ସମାଧିସ୍ଥଳରେ ଅଲୀ ଖେମିନି ,ଇରାନରେ ଇସଲାମିକ ବିପ୍ଳବ ପାଳନ ଘୋଷଣା


ଇରାନ ଉପରେ ଆକ୍ରମଣ ପରେ ପାକିସ୍ତାନ ଏବଂ ଇରାକରେ ହିଂସାତ୍ମକ ପ୍ରତିବାଦ ପ୍ରଦର୍ଶନ ହେବା ସହିତ , ଆମେରିକୀୟ ମିଶନ କରାଚୀ ସମେତ ସମଗ୍ର ପାକିସ୍ତାନରେ ନିଜର ନାଗରିକମାନଙ୍କ ପାଇଁ ସୁରକ୍ଷା ସତର୍କତା ଜାରି କରିଛି। ମାର୍ଚ୍ଚ ୧ ପାଇଁ ସମସ୍ତ ନିୟମିତ ଏବଂ ଜରୁରୀକାଳୀନ ନିଯୁକ୍ତି ବାତିଲ କରାଯାଇଛି । ରିପୋର୍ଟ ଅନୁସାରେ, ଇରାନକୁ ସମର୍ଥନ କରି ପ୍ରଦର୍ଶନ କରୁଥିବା ଏକ ଜନତା କରାଚୀରେ ଆମେରିକୀୟ କନସୁଲେଟର ପ୍ରବେଶ ଫାଟକରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଥିଲେ, ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ଆହତ ହୋଇଥିଲେ। ଗୁଳିଚାଳନା ହୋଇଥିବାର ମଧ୍ୟ ରିପୋର୍ଟ ମିଳିଛି। ରିପୋର୍ଟ ଅନୁସାରେ, ପାକିସ୍ତାନୀ ସୁରକ୍ଷା ବାହିନୀ ଏବଂ ପୁଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ସେଲ୍ ଏବଂ ଲାଠିଚାର୍ଜ କରିଛନ୍ତି। ରିପୋର୍ଟ ଅନୁସାରେ, ସୁରକ୍ଷା ବାହିନୀ ଦୂତାବାସକୁ ସୁରକ୍ଷା ଦେବା ପାଇଁ ଏୟାର ଫାଏରିଂ କରିଛନ୍ତି । ଇରାକର ରାଜଧାନୀ ବାଗଦାଦରେ ମଧ୍ୟ ପ୍ରଦର୍ଶନକାରୀମାନେ ଆମେରିକୀୟ ଦୂତାବାସ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଏସିଆର ମୁସଲିମ ବହୁଳ ଅଞ୍ଚଳଗୁଡ଼ିକରେ ଆମେରିକୀୟ ବିରୋଧୀ ଲହରୀ ଅନୁଭୂତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe