କନକ ବ୍ୟୁରୋ : ବିରୋଧ ପ୍ରଦର୍ଶନରେ ଜଳୁଛି ଇରାନ। ଆଉ ଆମେରିକାକୁ ଏଥିପାଇଁ ସିଧାଳସଳଖ ଦାୟୀ କରିଛନ୍ତି ସୁପ୍ରିମ ଲିଡର୍ ଖାମନେଇ । ସ୍ଥିତି ଅଣାୟତ୍ତ ଭିତରେ ପରସ୍ପରକୁ ଧମକ ଦେଉଛନ୍ତି ଦୁଇଦେଶ । ଏହା ଭିତରେ ଇରାନୀ ନେତା ହସନ ରହିମପୁର ଅଜଘାଦୀ ଟ୍ରମ୍ପଙ୍କୁ ନାଲିଆଖି ଦେଖାଇଛନ୍ତି ।
ତୁମେ ଯେମିତି ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ରାତାରାତି ଉଠାଇ ଆଣିଥିଲ, ଠିକ୍ ସେମିତି ତୁମକୁ ଗିରଫ କରାଯିବା ଉଚିତ । ତୁମେ ଯେମିତି ଭେନେଜୁଏଲା ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି, ଠିକ୍ ସେମିତି ତୁମ ସହ ହେବା ଜରୁରି । ଇରାନୀ ନେତା ଅଜଘାଦୀଙ୍କ ଏହା ଧମକ ହୋଇପାରେ, କିମ୍ବା ନାଗରିକଙ୍କୁ ଅପିଲ ବି । ଇରାନ ହିଂସା ପାଇଁ ଆମେରିକା ଓ ଇସ୍ରାଏଲକୁ ସିଧାସଳଖ ଦାୟୀ କରୁଥିବା ଦେଶର ସୁପ୍ରିମ୍ କାଉନସିଲ ଅଫ୍ ଦ କଲର ରିଭଲ୍ୟୁସନ ନେତା ଏଭଳି ବୟାନ ଦେଇଛନ୍ତି । କେବଳ ସେତିକି ନୁହେଁ, ଇରାନୀ ନେତା କହିଛନ୍ତି- ଆମେରିକାର ଯେକୌଣସି ରାଜ୍ୟରେ କେଉଁ ସମୟରେ ବି ଇରାନ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।
ଅଧିକ ପଢ଼ନ୍ତୁ : ଇରାନରେ ଭୟଙ୍କର ହେଉଛି ହିଂସା: ସରକାର ବିରୋଧୀ ଆନ୍ଦୋଳନକୁ ନେଇ ଚେତାବନୀ ଦେଲେ ଟ୍ରମ୍ପ
ହିଂସା ଭିତରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଛନ୍ତି ସୁପ୍ରିମ ଲିଡର ଖାମନେଇ । ଟିଭି ବାର୍ତ୍ତାରେ ପ୍ରଦର୍ଶନକାରୀଙ୍କୁ ସମ୍ବୋଧନ କରି ହିଂସାରେ ସାମିଲ ନହେବାକୁ ଅପିଲ କରିଛନ୍ତି । ସେପଟେ ଇରାନକୁ ଧମକ ପରେ ଧମକ ଦେଉଛି ଆମେରିକା । ପ୍ରଦର୍ଶନକାରୀଙ୍କ ଉପରେ ତେହରାନ ଆକ୍ରମଣ ବନ୍ଦ ନକଲେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ସହ ଜବାବ ଦେବ ।
ବଡ଼ ବିପଦରେ ପଡ଼ିଛି ଇରାନ । ଦେଶରେ ଜନତାଙ୍କ ଆକ୍ରୋଶ ବଢୁଛି । ବିଭିନ୍ନ ସହର ଉପରେ କବଜା କରୁଛନ୍ତି । ସ୍ଥିତି ଉପରେ ଆମେରିକା କଡ଼ା ନଜର ରଖିଛି । ପ୍ରଦର୍ଶନକାରୀଙ୍କୁ ହତ୍ୟା କଲେ ଚୁପ୍ ବସିବନି ଆମେରିକା । ସାମରିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ
ଦରଦାମ୍ ବୃଦ୍ଧିକୁ ବିରୋଧ କରି ଇରାନରେ ତେଜୁଛି ଜନ ଆନ୍ଦୋଳନ । ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି
ଇରାନ ଜଳୁଛି
୧୩ ଦିନରେ ପହଞ୍ଚିଛି ଇରାନ ହିଂସା
ଡିସେମ୍ବର ୨୮ରୁ ତେହରାନରେ ଲାଗିଥିଲା ପ୍ରତିବାଦର ନିଆଁ
ହିଂସାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ତେହରାନ
ବ୍ୟାଙ୍କ, ହସ୍ପିଟାଲ, ମସଜିଦ୍, ସରକାରୀ କାର୍ଯ୍ୟାଳୟ, ମିଡିଆ ଅଫିସକୁ ଟାର୍ଗେଟ୍
କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟଙ୍କ ଚେତାବନୀ
ବିତାଡ଼ିତ କ୍ରାଉନ ଫ୍ରିନ୍ସଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି
ରଜା ପହଲବୀଙ୍କୁ ଶାସନଡୋରି ଦେବାକୁ ଉଠିଲାଣି ଦାବି
ଇରାନକୁ ଚାରିଆଡୁ ଘେରିବାକୁ ଆମେରିକା ଓ ଇସ୍ରାଏଲ ହାତ ମିଶାଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ପରମାଣୁ ସମ୍ପନ୍ନ ଦେଶ ଇରାନ କ’ଣ ଚୁପ୍ ବସିବ? ଖାମନେଇ ଗାଦୀ ଛାଡ଼ିବେ ନା ନିଜ ଗର୍ଜନରେ ଉଭୟ ଦେଶକୁ ପଛକୁ ଫେରିବାକୁ ବାଧ୍ୟ କରିବେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/10/iran-2026-01-10-22-49-54.jpg)