ବିଗିଡ଼ିଗଲାଣି ଆଇନଶୃଙ୍ଖଳା; ପୁଲିସକୁ ଅପରାଧୀଙ୍କ ଖାତିର ନାହିଁ

Advertisment

ରଙ୍ଗର ପର୍ବ ହୋଲି ଖେଳରେ ରାଜ୍ୟବାସୀ ମସଗୁଲଥିବାବେଳେ ଯାହା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମାତ୍ର କେଇ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ବରର ଶାନ୍ତିପଲ୍ଳୀ ବସ୍ତି, ମଞ୍ଚେଶ୍ବର ସମେଇ ଗଡ଼ିଆ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ୫ମୁଣ୍ଡ ଗଡିବା ଭୟର ବାତାବରଣ ସୃଷ୍ଟି କରିଛି।

ରଙ୍ଗର ପର୍ବ ହୋଲି ଖେଳରେ ରାଜ୍ୟବାସୀ ମସଗୁଲଥିବାବେଳେ ଯାହା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମାତ୍ର କେଇ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ବରର ଶାନ୍ତିପଲ୍ଳୀ ବସ୍ତି, ମଞ୍ଚେଶ୍ବର ସମେଇ ଗଡ଼ିଆ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ୫ମୁଣ୍ଡ ଗଡିବା ଭୟର ବାତାବରଣ ସୃଷ୍ଟି କରିଛି।

ପୋଲିସକୁ ଡରୁନାହାନ୍ତି ଅପରାଧୀ

ପୋଲିସକୁ ଡରୁନାହାନ୍ତି ଅପରାଧୀ Photograph: (kanak news)

କନକ ବ୍ୟୁରୋ: ହୋଲିରେ ଯେମିତି କୌଣସି ଅଘଟଣ ନଘଟିବ, ସେଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଥିଲା। ହେଲେ, ବିଡମ୍ବନାର ବିଷୟ ପୋଲିସର ସବୁ ପ୍ରସ୍ତୁତି ଫେଲ୍ ମାରିଛି । ହୋଲିରେ ୫ ମୁଣ୍ଡ ଗଡିବାକୁ ନେଇ ସାରାରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। 

  • ବିଗିଡ଼ିଗଲାଣି ଆଇନଶୃଙ୍ଖଳା
  • ପୁଲିସକୁ ଅପରାଧୀଙ୍କ ଖାତିର ନାହିଁ 

ରଙ୍ଗର ପର୍ବ ହୋଲି ଖେଳରେ ରାଜ୍ୟବାସୀ ମସଗୁଲ୍ ଥିବାବେଳେ ଯାହା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମାତ୍ର କେଇ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରର ଶାନ୍ତିପଲ୍ଳୀ ବସ୍ତି, ମଞ୍ଚେଶ୍ୱର ସମେଇଗଡ଼ିଆ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ୫ମୁଣ୍ଡ ଗଡିବା ଭୟର ବାତାବରଣ ସୃଷ୍ଟି କରିଛି ।

ବଡ କଥା ହେଉଛି, ୫ଟି ଯାକ ସ୍ଥାନରେ ଦୁର୍ବୃତ୍ତମାନେ ସାମାନ୍ୟ କଥାକୁ କେନ୍ଦ୍ରକରି ଛୁରୀ ଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି  ଆଉ ରକ୍ତରେ ହୋଲି ଖେଳିଛନ୍ତି ନୃଶଂସ ଜହ୍ଲାଦ। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ହେଲେ, ଦୁର୍ବୃତ୍ତମାନେ ଦିନ ପ୍ରହରରେ ଏଭଳି ହତ୍ୟାକାଣ୍ଡ ଘଟାଇଥିଲେ ବି କୌଣସି ଗୋଟିଏ ସ୍ଥାନରେ ଏହାକୁ ରୋକିବାରେ ସଫଳ ହୋଇ ପାରିନଥିଲା ପୋଲିସର ପୂର୍ବ ପ୍ରସ୍ତୁତି।

କେବଳ ଏହି ୫ ହତ୍ୟାକାଣ୍ଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଯାହାକି, ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁଲିସ ଆକ୍ସନ ଓ ଦଣ୍ଡବିଧାନ ପ୍ରତି ଭୟ କମିବାରୁ ଏଭଳି ଅପରାଧ ବଢୁଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ। 

ହୋଲିରେ ହତ୍ୟାକାଣ୍ଡକୁ ନେଇ ରାଜନୀତି ତେଜିଛି। ଆଇନଶୃଙ୍ଖଳା ପାଇଁ ଶାସକ ଦଳକୁ ଘେରିଛନ୍ତି ଉଭୟ ବିରୋଧୀ। ଆସନ୍ତାକାଲି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଇଛନ୍ତି। ଜବାବରେ ବିଜେପି ବିଧାୟକ ପୂର୍ବ ସରକାର ସମୟର ହିସାବ ଦେଇଛନ୍ତି ଏବଂ ଲୋକେ କିପରି ନ୍ୟାୟ ପାଇବେ ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। 

ତେବେ ଗତ କିଛି ଦିନ ହେଲା ରାଜ୍ୟରେ ଯେଉଁଭଳି ହତ୍ୟାକାଣ୍ଡ ଘଟୁଛି, ଲୁଟ୍ ବଢୁଛି, ତାହା ସାଧାରଣରେ ଭୟ ସୃଷ୍ଟି କଲାଣି। ତେଣୁ ପ୍ରଶ୍ନ ଉଠୁଛି, ଅପରାଧ ବଢୁଥିଲେ ବି ପୁଲିସ କରୁଛି କଣ? ରାଜ୍ୟରେ କେବେ ସୁଧୁରିବ ଆଇନଶୃଙ୍ଖଳା? ପୋଲିସକୁ ପୁଣି କେବେ ଡରିବେ ଅପରାଧୀ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe