ମଣିପୁରରେ ଥମୁନି ହିଂସା । ଜିରିବାମରେ ୫ ନାଗରିକଙ୍କୁ ହତ୍ୟା । ଚୁରାଚାନ୍ଦପୁରରେ ଉଗ୍ରବାଦୀଙ୍କ ୩ ବଙ୍କର ଧ୍ୱଂସ

ସେପଟେ ଚୁରାଚାନ୍ଦପୁର ଜିଲ୍ଲା ବିଷ୍ଣୁପୁରରେ ଉଗ୍ରବାଦୀଙ୍କ ରକେଟ୍ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି  ଓ ୬ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଉଗ୍ରବାଦୀଙ୍କର ୩ଟି ଟ୍ୟାଙ୍କର ଧ୍ୱଂସ ହୋଇଛି ।

Manipur

କନକ ବ୍ୟୁରୋ : ମଣିପୁରରେ ଶନିବାର ଦିନ ସକାଳେ ପୁଣି ହିଂସା ଉଗ୍ରରୂପ ନେଇଛି । ଆଜି ସକାଳେ ଜିରିବାମ ଜିଲ୍ଲାରେ ଘଟିଥିବା ହିଂସାରେ ୫ ଜଣଙ୍କ ଜୀବନ ଯାଇଛି । ଲୋକମାନେ ଶୋଇଥିବା ବେଳେ ଉଗ୍ରବାଦୀମାନେ ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । 

ସେପଟେ ଚୁରାଚାନ୍ଦପୁର ଜିଲ୍ଲା ବିଷ୍ଣୁପୁରରେ ଉଗ୍ରବାଦୀଙ୍କ ରକେଟ୍ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି  ଓ ୬ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଉଗ୍ରବାଦୀଙ୍କର ୩ଟି ଟ୍ୟାଙ୍କର ଧ୍ୱଂସ ହୋଇଛି ।

ଅନ୍ୟପଟେ ମଣିପୁର, ବିଷ୍ଣୁପୁର ଓ ଇମ୍ଫାଲ ପୂର୍ବ ଜିଲ୍ଲାରେ ଆକାଶରେ ଡ୍ରୋନ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ସନ୍ଧ୍ୟା ହେବାମାତ୍ରେ ଘରର ଲାଇଟ୍ ବନ୍ଦ କରି ଅନ୍ଧାରରେ ରହୁଛନ୍ତି । ସୂଚନା ଥାଉକି କିଛିଦିନ ତଳେ ଇମ୍ଫାଲ ପଶ୍ଚିମାଞ୍ଚଳରେ ଲୋକମାନଙ୍କ ଉପରେ ବୋମାମାଡ କରିବାକୁ ଉଗ୍ରବାଦୀମାନେ ଡ୍ରୋନର ସହାୟତା ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe