କନକ ବ୍ୟୁରୋ: ଯାଜପୁରରେ ସରସ୍ଵତୀ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଏଥିରେ ପାଞ୍ଚ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଯାଜପୁର ଯଯାତି କେଶରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଯାଜପୁର ସଦର ଥାନା ନାଥସାହୀ ଆଦମ୍ପୁର ଗାଁରେ ଘଟିଛି ଏହି ଘଟଣା। ବିଲମ୍ବିତ ରାତିରେ ଭସାଣି ଉତ୍ସବ ହେଉଥିବା ବେଳେ କୌଣସି କାରଣରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକାଟିରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ପିଟାପିଟି ହେବାରୁ ୨ ଗୋଷ୍ଠୀର ୫ ଜଣ ଆହତ ହୋଇଛନ୍ତି।
ଅନ୍ୟପଟେ ବୁଧବାର ସରସ୍ବତୀ ଭସାଣ କରିବାକୁ ଯାଇ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ବୁଡିଗଲେ ଦୁଇ ଛାତ୍ର। ମୂର୍ତ୍ତୀ ଭସାଇବାକୁ ଟ୍ୟୁସନ ସାରଙ୍କ ସହ ପାଣି ଭିରତକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ ଦୁଇ ଛାତ୍ର । ଆଉ ଉଦ୍ଧାର କରିବାବେଳକୁ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା।
ସରସ୍ବତୀ ଭସାଣରେ ମାରପିଟ୍ ; ଏପଟେ ବିସର୍ଜନ ବେଳେ ବୁଡିଗଲେ ଛାତ୍ର
ସରସ୍ବତୀ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ସଂଘର୍ଷ ପରେ ୫ ଆହତ ଯାଜପୁର ଯଜାତି କେଶରୀ ମେଡିକାଲ କଲେଜରେ ଭର୍ତ୍ତି । ନାଥସାହି ଆଦମପୁର ଗାଁରେ ବ୍ୟାପକ ପୋଲିସ ।
/kanak/media/media_files/2025/02/06/04WxacOLjisfF6lMLRUK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)