କନକ ବ୍ୟୁରୋ : କର୍ଣ୍ଣାଟକରେ ଗଣେଶ ଭସାଣି ବେଳେ ଦେଖାଦେଇଛି ହିଂସା । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମଦ୍ଦୁରରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଛି । ରାମ ରହିମ ନଗରରେ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା । ପୁଲିସ ହସ୍ତକ୍ଷେପ କରି ଅତିରିକ୍ତ ବାହିନୀ ମୁତୟନ କରିଛି । ମାଣ୍ଡ୍ୟା ଏସପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଅଧିକ ଅଶାନ୍ତି ରୋକିବା ପାଇଁ ନିଷେଧାଜ୍ଞା ଜାରି କରାଯାଇଛି ।

Advertisment

ଅଧିକାରୀମାନେ ଶାନ୍ତି ପୁନଃସ୍ଥାପନ ପାଇଁ ନାଗରିକମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ସେପଟେ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବରମ । ଅନ୍ୟପଟେ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନେକ ହିନ୍ଦୁ ସଂଗଠନ ।