ବିଏମସି ବୈଠକରେ ହଟ୍ଟଗୋଳ; ଧାରଣାରେ ବସିଲେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ

ଗତ ତିନି ବର୍ଷ ହେଲା ବୈଠକ ବସୁଛି ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି । ବିଭିନ୍ନ ଏଜେନ୍ସି ଓ କଳି ଝଗଡ଼ାରେ ବୈଠକ ଶେଷ ହେଉଛି ।

BMC meeting

Photograph: (Kanak News)

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମର ସାଧାରଣ ପରିଷଦ ବୈଠକ ବେଳେ ହଟ୍ଟଗୋଳ । ବିଭିନ୍ନ ୱାର୍ଡ ସମସ୍ୟାକୁ ନେଇ ଚାଲିଥିବା ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଯାହାକୁ ନେଇ ବୈଠକ ବର୍ଜନ କରିଛନ୍ତି ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ବିଏମସି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଲେ ।

ଗତ ତିନି ବର୍ଷ ହେଲା ବୈଠକ ବସୁଛି ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି । ବିଭିନ୍ନ ଏଜେନ୍ସି ଓ କଳି ଝଗଡ଼ାରେ ବୈଠକ ଶେଷ ହେଉଛି । ଜାଣିଶୁଣି ବିଭିନ୍ନ ବିକାଶମୂଳକ କାମକୁ ଅବହେଳା କରାଯାଉଛି ବୋଲି ବନ୍ଦିତା ପାଲ ଅଭିଯୋଗ କରିଛନ୍ତି । କର୍ପୋରେଟରମାନଙ୍କୁ କେବଳ ଚିଠି କରିବାକୁ କହି ସବୁ ବିଭାଗ ଚୁପ୍‌ ବସି ଯାଉଥିବା ଅଭିଯୋଗ ହୋଇଛି । ଆଉ ଚିଠି ବାବଦରେ ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି । ବିକାଶ କଥା କହିଲେ ଅର୍ଥ ନଥିବା ଉତ୍ତର ମିଳୁଛି । ସରକାର ଦେଲେ ଖର୍ଚ୍ଚ କରାଯିବ ବୋଲି ବିଏମସି କହୁଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe