କନକ ବ୍ୟୁରୋ: ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ଯାଜପୁର ବ୍ଲକ ଜାହାନପୁର ପଞ୍ଚାୟତ ତ୍ରିଲୋଚନପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ପ୍ରଥମେ ଜଣେ ନିଶାଶକ୍ତ ଯୁବକ, ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ଏହାପରେ ଯୁବକଙ୍କୁ ସମର୍ଥନ ଦେଇ କିଛି ଯୁବକ ଯୁବତୀଙ୍କ ସହ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଥାନାର ଦ୍ୱାରସ୍ଥ ହୋଇ ନିଜକୁ ସଫେଇ ଦେବାପରେ ପୋଲିସ୍ ଗ୍ରାମବାସୀଙ୍କ ମଧ୍ୟରୁ ୪ ଜଣଙ୍କୁ ଅଟକ ରଖିଛି । ଦ୍ଵିତୀୟ ପକ୍ଷ ତଥା ଗ୍ରାମବାସୀଙ୍କ ଏତଲା ପରେ ଦୁଇ ଜଣଙ୍କୁ ଉଠାଇନେଇଛି ବରୁହାଁ ସଦର ଥାନା ପୋଲିସ । ପୂରା ଘଟଣାକୁ ନେଇ ଆଜି ଏସଡିପିଓଙ୍କ ସହିତ ସଦର ଥାନା ଆଇଆଇସି ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି ।
କମେଣ୍ଟ ମରାରୁ ହାତାହାତି ; ୪ ନିଶାସକ୍ତ ଯୁବକ ଅଟକ
କମେଣ୍ଟ ମରାରୁ ଗୋଷ୍ଠୀ ସଂଘର୍ଷ । ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କୁ କମେଣ୍ଟ ମାରିବା ପରେ ଯାଜପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷରୁ ୪ ଅଟକ । ଜାହାନପୁର ପଞ୍ଚାୟତ ତ୍ରିଲୋଚନପଡ଼ା ଗାଁର ଘଟଣା ।
/kanak/media/media_files/2025/03/16/jFcuYYAf6hIwjGw2nWdL.jpg)