ମଣିପୁରରେ ପୁଣି ସ୍ଥିତି ସଙ୍ଗୀନ ; ବିଭିନ୍ନ ଜିଲ୍ଲାରେ କର୍ଫ୍ୟୁ ଲାଗୁ, ୩ ଜିଲ୍ଲାକୁ ହାଇଆଲର୍ଟ

Advertisment

ମଣିପୁରରେ ପୁଣି ବିଗିଡ଼ିଲା ସ୍ଥିତି । ଅଶାନ୍ତ ବିଭିନ୍ନ ଜିଲ୍ଲା, ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ । ୩ ଜିଲ୍ଲାକୁ ହାଇଆଲର୍ଟ ।

ମଣିପୁରରେ ପୁଣି ବିଗିଡ଼ିଲା ସ୍ଥିତି । ଅଶାନ୍ତ ବିଭିନ୍ନ ଜିଲ୍ଲା, ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ । ୩ ଜିଲ୍ଲାକୁ ହାଇଆଲର୍ଟ ।

manipur--------

କନକ ବ୍ୟୁରୋ:  ଗତ ବର୍ଷ ଠାରୁ ହିଂସା ନିଆଁରେ ଜଳୁଛି ମଣିପୁର। କୁକି ଏବଂ ମୋଇତି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ପରିସ୍ଥିତି ଏପର୍ୟ୍ୟନ୍ତ ସ୍ୱାଭାବିକ ଅବସ୍ଥାକୁ ଆସିନାହିଁ। ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ସରକାର ଉତ୍ତର-ପୂର୍ବ ରାଜ୍ୟର ତିନୋଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି। ପୂର୍ବ ଏବଂ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। 

ନିକଟରେ ଡ୍ରୋନ୍, ରକେଟ୍ ଆକ୍ରମଣ ମଧ୍ୟରେ ମଣିପୁରରେ ହିଂସା ବୃଦ୍ଧି ପାଇଥିଲା ଏବଂ ଗତ ବର୍ଷଠାରୁ ମଣିପୁର ହିଂସାରେ ୨ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ଦାବି ବିଫଳ ହେଉଛି। କାଙ୍ଗପୋକପି ଜିଲ୍ଲାର ଦୁଇଟି ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ କ୍ରସର ଫାୟାର ଏବଂ ବୋମା ବିସ୍ଫୋରଣ ହୋଇଥିଲା । ରବିବାର ରାତିରେ ଦୁର୍ଗମ ଅଂଚଳ ଥାଙ୍ଗବୁହୁ ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଏଠାରେ ଥିବା କେତେକ ଘରେ ଉପଦ୍ରବକାରୀ ମାନେ ନିଆଁ ଲଗେଇ ଦେଇଥିଲେ। ଯେଉଁଥିପାଇଁ ସ୍ଥାନୀୟ ଲୋକମାନେ ନିକଟସ୍ଥ ଜଙ୍ଗଲକୁ ପଳେଇ ଯାଇଥିଲେ ଜ୍ଝ ଏହି ସଂଘର୍ଷରେ  ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହାତ ହୋଇଛନ୍ତି । ବର୍ତମାନ ସୁଦ୍ଦା ପରିସ୍ଥିତିରେ ସୁଧାର ଆସିନଥିବା ଜଣାପଡିଛି । ପ୍ରଶାସନ କହିଛି ଯେ , ମୃତଦେହ ଚୁରାଚାନ୍ଦପୁର ଜିଲ୍ଲା ଡାକ୍ତରଖାନାରେ ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ମଧ୍ୟରେ ବିବାଦ ସମୟରେ ବହୁ ସଂଖ୍ୟକ ଶକ୍ତିଶାଳୀ ବୋମା ବ୍ୟବହାର କରାଯାଇଥିଲା । ଏହି ସଂଘର୍ଷ ବ୍ୟତୀତ ରାତିରେ  ସ୍କୁଲରେ ନିୟୋଜିତ ସିଆରପିଏଫ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାର ଖବର ମଧ୍ୟ ରହିଛି ।

ଅଶାନ୍ତ ମଣିପୁର :

ମଣିପୁରର ତିନୋଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ 
ମଣିପୁରରେ ବିବାଦ ଦିନକୁ ଦିନ ବଢ଼ୁଛି
ରାଜ୍ୟରେ ହିଂସା ଓ ବିରୋଧ ପ୍ରଦର୍ଶନ
ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ଥୌବାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ 
ସକାଳ ୫ ଟାରୁ ୧୦ଟା ପର୍ୟ୍ୟନ୍ତ ସମ୍ପୃକ୍ତ ଜିଲ୍ଲାରେ କର୍ଫ୍ୟୁ ବନ୍ଦ 
କିଛି ଦିନ ହେବ ମଣିପୁରରେ ହିଂସାର ଏକ ନୂଆ ତରଙ୍ଗ ସୃଷ୍ଟି ହୋଇଛି।
ସେପ୍ଟେମ୍ବର ୬ ତାରିଖରେ ରାଜ୍ୟର ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗରେ ଏକ ଆରପିଜି ଆକ୍ରମଣ ହୋଇଥିଲା
ଗଣେଶ ପୂଜା ଦିନଠୁ ପୁଣି ଆକ୍ରମଣ ଘଟଣା ତେଜିବାରେ ଲାଗିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe