କନକ ବ୍ୟୁରୋ;  ବାଂଲାଦେଶ ପୋକମାଛି ପରି ହିନ୍ଦୁଙ୍କୁ ମରାଯାଉଛି  । ୨୪ ଘଣ୍ଟାରେ ଦୁଇଜଣ ଓ ୧୮ଦିନ ମଧ୍ୟରେ ୬ଜଣ ଅଳ୍ପସଂଖ୍ୟକଙ୍କୁ ବିଭତ୍ସଭାବେ ହତ୍ୟା କରିଛନ୍ତି ବାଂଲା ଉପଦ୍ରବୀ । ଲଗାତାର ଏଭଳି ହତ୍ୟା ଘଟଣା ବାଂଲାଦେଶରେ ରହୁ୍‌ଥିବା ଅଳ୍ପସଂଖ୍ୟକଙ୍କ ସୁରକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି ।

Advertisment


ସୂଚନା ଅନୁସାରେ ହିନ୍ଦୁଙ୍କୁ ମାରିବା ପାଇଁ ବିଭିନ୍ନ ପ୍ରକାର ମିଛ ଅଭିଯୋଗକୁ ଅସ୍ତ୍ର କରିଛନ୍ତି ବାଂଲା ଉପଦ୍ରବୀ । ଇସଲାମ ବିରୋଧୀ ବୟାନ ପାଇଁ ଦୀପଙ୍କୁ ହତ୍ୟା, ଚୋରି ଅଭିଯୋଗରେ ଅମୃତ ମଣ୍ଡଳଙ୍କୁ ମାରିଥିଲେ । ସେହିପରି ବିଜେନ୍ଦ୍ରଙ୍କ ଉପରେ ଭୁଲବଶତ ଗୁଳିମାଡ଼ ବାହାନା, ଖୋକନଙ୍କୁ ବୟାନବାଜି ପାଇଁ ପେଟ୍ରୋଲ ଢ଼ାଳି ହତ୍ୟା,  ରାଣାପ୍ରତାପଙ୍କୁ ଗୁଳିମାଡ଼, ଫେସବୁକରେ ହିଂସାକୁ ଉସକୁଇବା ଅଭିଯୋଗରେ ଶରତଙ୍କୁ ହତ୍ୟା । ତେବେ ପ୍ରଶ୍ନ ଉଠୁଛି ଜଣଙ୍କ ପରେ ଜଣେ ମିଛ ହିନ୍ଦୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଉଥିଲେ ବି  କେମିତି ଚୁପ ବସିଛନ୍ତି ୟୁନୁସ ସରକାର ।

ଅଧିକ ପଢନ୍ତୁ: ବାଂଲାଦେଶରେ ଆଉଜଣେ ହିନ୍ଦୁଙ୍କୁ ହତ୍ୟା, ତୃତୀୟ ହିନ୍ଦୁ ଭାବେ ଗୁଳିରେ ଶିକାର ହେଲେ ବଜେନ୍ଦ୍ର ବିଶ୍ୱାସ 

ଗତବର୍ଷ ଡିସେମ୍ବର ମାସରୁ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବର୍ବରତା ଚରସବୁସୀମା ଟପିଲାଣି । କେବଳ ପୁରୁଷ ନୁହେଁ ମହିଳା ଓ ଶିଶୁଙ୍କ ମଧ୍ୟ ଟାର୍ଗେଟ କରାଯାଉଛି । ଜାନୁଆରି ୩ ଓ ୪ ତିଖରେ ଜଣେ ହିନ୍ଦୁ ବିଧବା  ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଗଛରେ ବାନ୍ଧି ମାଡ଼ମାରିଥିବା ଘଟଣା ସାମ୍ନାକୁ ଆସିଥିଲା ।ପଡୋଶୀ ଦେଶରେ ହିନ୍ଦୁଙ୍କୁ ଉପରେ ହେଉଥିବା ଏଭଳି ବର୍ବରତା, ଅତ୍ୟାଚାର ଓ ହିଂସା ଭାରତ କଡ଼ା ଜବାବ ଦେଉ ବୋଲି ସବୁଠୁ ଦାବି ଉଠିଲାଣି ।