ମଣିପୁରରେ ପୁଣି ହିଂସା ; ଉଗ୍ରବାଦୀଙ୍କ ଗୁଳିରେ ୨ ମୃତ, ଡ୍ରୋନ୍ ଆକ୍ରମଣରେ ୧୦ଜଣ ଆହତ

Advertisment

ମଣିପୁରରେ ପୁଣି ହିଂସା ; ଉଗ୍ରବାଦୀଙ୍କ ଗୁଳିରେ ୨ ମୃତ, ଡ୍ରୋନ୍ ଆକ୍ରମଣରେ ୧୦ଜଣ ଆହତ । ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି । ରାଜ୍ୟରେ ପୁଣି ଉତ୍ତେଜନା ବଢ଼ାଇଲା ସରକାରଙ୍କ ଚିନ୍ତା ।

ମଣିପୁରରେ ପୁଣି ହିଂସା ; ଉଗ୍ରବାଦୀଙ୍କ ଗୁଳିରେ ୨ ମୃତ, ଡ୍ରୋନ୍ ଆକ୍ରମଣରେ ୧୦ଜଣ ଆହତ । ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି । ରାଜ୍ୟରେ ପୁଣି ଉତ୍ତେଜନା ବଢ଼ାଇଲା ସରକାରଙ୍କ ଚିନ୍ତା ।

violence

କନକ ବ୍ୟୁରୋ: ମଣିପୁରରେ ପୁଣି ଥରେ ହିଂସାକାଣ୍ଡର ଖବର ସାମ୍ନାକୁ ଆସିଛି । ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଘଟଣାର ବିବରଣୀ ଦେଇ ପୋଲିସ କହିଛି ଯେ ଆହତଙ୍କ ମଧ୍ୟରେ  ଦୁଇ ଜଣ ପୁଲିସ କର୍ମୀ ଅଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆହତ ହୋଇଥିବା ଉଭୟ ପୁଲିସ କର୍ମୀ ବିପଦମୁକ୍ତ ଥିବା ସୂଚନା ମିଳିଛି। ଉଗ୍ରବାଦୀମାନେ ଡ୍ରୋନ୍ରୁ କେତେକ ଘର ଉପରେ ବୋମା ପକାଇବା ସହ ସୁରକ୍ଷା ବାହିନୀକୁ ମଧ୍ୟ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ। 

ଅପରାହ୍ନ ୨ଟା ୩୫ମିନିଟରେ ଗୁଳିଚାଳନା ଆରମ୍ଭ ହୋଇଥିଲା
ଜଣେ ମହିଳାଙ୍କ ସମେତ ୨ ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁ 
ନିହତ ମହିଳାଙ୍କ ନାବାଳିକା ଝିଅ ଗୁରୁତର ଆହତ
ଗୋଟିଏ ଡ୍ରୋନ୍ରୁ ଘର ଉପରେ ବୋମା ପକାଯାଇଛି
ଡ୍ରୋନ୍ରୁ ବୋମା ପକାଯିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ
ଲୋକମାନେ ଭୟରେ ଦୌଡ଼ୁଥିବା ଦେଖିବାକୁ ମିଳିଛି
କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ
ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ପୁଣି ଉତ୍ତେଜନା
କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ସ୍ୱତନ୍ତ୍ର ପ୍ରଶାସନ ଦାବିରେ ରାଲି କରିଛନ୍ତି
ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଉତ୍ତେଜନା ହୋଇଥିବା ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe