କନକ ବ୍ୟୁରୋ: ବାଜି ମାରିଲେ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ । କୁସ୍ତି ରିଙ୍ଗରେ କମାଲ କରୁଥିବା ଏବେ ରାଜନୀତିରେ ଦେଖାଇଲେ ଜଲୱା । ୬୫, ୦୮୦ ଭୋଟରେ ବିଜୟୀ ହେଲେ ବିନେଶ । ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ୬୦୧୫ ଭୋଟରେ ବିଜୟୀ ହେଲେ ବିନେଶ ।

Advertisment

ଅନ୍ୟପଟେ ବିଜେପି ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ ୫୯, ୦୬୫ ଭୋଟ ପାଇ ପରାଜୟ ବରଣ କଲେ । ହରିୟାଣାରେ ନିର୍ବାଚନ ପରିଣାମ ପାଖାପାଖି ସ୍ପଷ୍ଟ ହୋଇଛି । ଏଠାରେ ପ୍ରଥମେ କଂଗ୍ରେସ ଆଗକୁ ବଢୁଥିବାବେଳେ  ପରେ ବିଜେପି ନିଜର ଗତି ବଢାଇଥିଲା । ଆଉ ତା ପରଠୁ ବଢିଚାଲିଛି ବିଜେପି । କହିବାକୁ ଗଲେ ହରିୟାଣାରେ କଡା ଟକ୍କର ଦେଖିବାକୁ ମିଳିଛି । 
 

ଜିନ୍ଦ ଜିଲ୍ଲା ଜୁଲାନା ଆସନରେ ପ୍ରଥମେ ବିଜେପିର ଯୋଗେଶ ବୈରାଗୀ ଜୋରଦାର ଆଗେଇଥିବାବେଳେ ପରେ ପରେ ଫୁଲ ମାଇଲେଜରେ ଆଗେଇଥିଲେ କଂଗ୍ରେସର ବିନେଶ ଫୋଗଟ । ପ୍ରଥମେ ୨୦୦୦ ଭୋଟ ପରେ ୪୦୦୦ ହଜାର ଓ କ୍ରମେ ୬୦୦୦ରୁ ଅଧିକ ଭୋଟରେ ବୈରାଗୀଙ୍କ ଠାରୁ ଆଗେଇ ଚାଲିଥିଲେ । ୧୫ ପର୍ଯ୍ୟାୟ ଭୋଟ ଗଣତି ଶେଷରେ ବାଜି ମାରିଲେ ବିନେଶ । 

ଭାରତୀୟ କୁସ୍ତି ସଙ୍ଗଠନ ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ମୋର୍ଚ୍ଚା କାଢିଥିବା କୁସ୍ତି ଯୋଦ୍ଧାଙ୍କୁ ଅନେକ ବାଧାବିଘ୍ନର ସାମନା କରିବାକୁ ପଡିଥିବାବେଳେ , ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ଶେଷ ପର୍ଯ୍ୟାୟରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଏକରକମ ଭାଙ୍ଗିପଡିଥିଲେ ବିନେଶ୍ । ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କଲେ । କିନ୍ତୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ତାଙ୍କୁ ସାହାସ ଦେଇଥିଲା କଂଗ୍ରେସ । ଦଳକୁ ପାଛୋଟି ନେବା ସହ ନିର୍ବାଚନ ଲଢିବାକୁ ଦେଇଥିଲା ଟିକେଟ୍ । ଆଜି ସେ ରାଜନୀତି ରିଙ୍ଗରେ ବାଜି ମାରିଛନ୍ତି ।