କନକ ବ୍ୟୁରୋ: ଦିନରେ କଂଗ୍ରେସରେ ମିଶିଲେ। ରାତିରେ ଟିକେଟ୍ ପାଇଲେ । ରେସଲରରୁ ରାଜନୀତିକୁ ଆସିଥିବା ଭିନେଶ ଫୋଗାଟଙ୍କୁ ମିଳିଛି ହରିୟାଣା ବିଧାନସଭା ଟିକେଟ୍ । ଶୁକ୍ରବାର କଂଗ୍ରେସ ୩୧ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ଭିନେଶଙ୍କୁ ଜୁଲାନା ଆସନ ପାଇଁ ପ୍ରାର୍ଥୀ କରିଛି। 

Advertisment

କଂଗ୍ରେସରେ ସାମିଲ ହେବା ପରେ ଭିନେଶଙ୍କୁ ଟିକେଟ୍ ମିଳିବା ଏକପ୍ରକାର ନିଶ୍ଚିତ ଥିଲା । ଏହି ଆସନରୁ ୨୦୧୯ରେ ଜେଜେପି ନେତା ଅମରଜିତ ଡାଣ୍ଡା ବିଜୟୀ ହୋଇଥିଲେ । ସେ ବିଜେପି ପ୍ରାର୍ଥୀଙ୍କୁ ୨୪ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଶୁକ୍ରବାର କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ଓଏସଡି ପଦରୁ ଇସ୍ତଫା ଦେଇଥିଲେ । ନିକଟରେ ସେ ମଧ୍ୟ ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା । ଗତ ବର୍ଷ ଭିନେଶ ଫୋଗାଟଙ୍କ ସମେତ ଅନ୍ୟ କେତକ ରେସଲର ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ସିଂହଙ୍କ ବିରୁଦ୍ଧରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ । ବ୍ରିଜ ଭୂଷଣଙ୍କୁ ଗିରଫ ଦାବିରେ ଫୋଗାଟଙ୍କ ସମେତ ଅନ୍ୟ ରେସରେଲ ଦିଲ୍ଲୀରେ ଆନ୍ଦୋଳନରେ ବସିଥିଲେ ।  ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ ଏବଂ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇବ ।