କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ଥାନା ଆଗରେ ହଙ୍ଗାମା । ମହିଳା ଓ ପୁରୁଷମାନେ ଏକାଠି ହୋଇ ହୋହଲ୍ଲା କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଥାନା ଆଗରେ ବିକ୍ଷୋଭ କରିଛନ୍ତି । ଯାହାକୁ ନେଇ ଥାନା ଆଗରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି । ଟଙ୍କା ଠକେଇ ମାମଲାରେ ଅଜୟ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୁଲିସ । କିନ୍ତୁ ଗିରଫ ନୁହେଁ, ଟଙ୍କା ଫେରାଅ ଦାବି କରି ସ୍ଥାନୀୟ ଅଳସୁଆ ଗ୍ରାମବାସୀ ହୋହଲ୍ଲା କରିଛନ୍ତି । ଏପରିକି ଇନଫୋସିଟି ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି । ପୋଲିସକୁ ମାରପିଟ୍ କରିବା ସହ ବହୁ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି । ରାସ୍ତା ରୋକ୍ ମଧ୍ୟ କରିଛନ୍ତି ଅଳସୁଆ ଗ୍ରାମବାସୀ ।
ଇନଫୋସିଟି ଥାନାରେ ହଙ୍ଗାମା; ଥାନା ଭିତରେ ପଶି ଭଙ୍ଗାରୁଜା କଲେ ସ୍ଥାନୀୟ ଗ୍ରାମବାସୀ
ଟଙ୍କା ଠକେଇ ମାମଲାରେ ଅଜୟ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୁଲିସ । କିନ୍ତୁ ଗିରଫ ନୁହେଁ, ଟଙ୍କା ଫେରାଅ ଦାବି କରି ସ୍ଥାନୀୟ ଅଳସୁଆ ଗ୍ରାମବାସୀ ହୋହଲ୍ଲା କରିଛନ୍ତି ।
/kanak/media/media_files/2025/06/10/Phi9CLKViaeXA3dpoFLW.jpg)