ଗୋଡ଼ରେ ବେଡ଼ି ପକାଇ ବାନ୍ଧିଦେଲେ ; ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ଯାତନା

ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ । ଗୋଡ଼ରେ ବେଡ଼ି ପକାଇଲେ ଉତ୍ୟକ୍ତ ଲୋକ । ବାଲେଶ୍ୱର ଜିଲ୍ଲା ମଲିଚୁଆ ଗାଁରେ ଉତ୍ତେଜନା । ଉଦ୍ଧାର ପାଇଁ ଆସିଥିବା ପୁଲିସକୁ କାଠଗଡ଼ ପକାଇ ଅଟକାଇଲେ ଗାଁଲୋକ

witch

କନକ ବ୍ୟୁରୋ: ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଯୁବକଙ୍କୁ ମାଡ଼ । ଗୋଡ଼ରେ ବେଡ଼ି ପକାଇଲେ ଗାଁଲୋକ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ମଲିଚୁଆ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଗାଁର ଚଇତା ସିଂ ଗୁଣିଗାରେଡ଼ି କରି ଅନେକ ଗାଁ ଲୋକଙ୍କୁ ମାରି ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଗତ ୧୫ ଦିନରେ ଗୋଟିଏ ପରିବାରରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଚଇତା ସିଂ ଗୁଣି କରି ଲୋକମାନଙ୍କୁ ମାରିଦେଉଥିବା ଅଭିଯୋଗ କରିଛନ୍ତି ମଲିଚୁଆ ଗ୍ରାମବାସୀ । ଏହାକୁ ନେଇ ଗ୍ରାମବାସୀ ମାଡ଼ ମାରିବା ସହିତ ଚେନରେ ବେଡ଼ି ପକାଇ ଦେଇଛନ୍ତି । ଖବର ପାଇ ଉଦ୍ଧାର କରିବାକୁ ଆସିଥିବା ସୋର ପୁଲିସକୁ ମଧ୍ୟ କାଠ ଗଡ଼ ପକାଇ ଅଟକ ରଖିଥିଲେ ଗ୍ରାମବାସୀ । ଫଳରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe