କନକ ବ୍ୟୁରୋ: ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଯୁବକଙ୍କୁ ମାଡ଼ । ଗୋଡ଼ରେ ବେଡ଼ି ପକାଇଲେ ଗାଁଲୋକ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ମଲିଚୁଆ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।
ଗାଁର ଚଇତା ସିଂ ଗୁଣିଗାରେଡ଼ି କରି ଅନେକ ଗାଁ ଲୋକଙ୍କୁ ମାରି ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଗତ ୧୫ ଦିନରେ ଗୋଟିଏ ପରିବାରରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଚଇତା ସିଂ ଗୁଣି କରି ଲୋକମାନଙ୍କୁ ମାରିଦେଉଥିବା ଅଭିଯୋଗ କରିଛନ୍ତି ମଲିଚୁଆ ଗ୍ରାମବାସୀ । ଏହାକୁ ନେଇ ଗ୍ରାମବାସୀ ମାଡ଼ ମାରିବା ସହିତ ଚେନରେ ବେଡ଼ି ପକାଇ ଦେଇଛନ୍ତି । ଖବର ପାଇ ଉଦ୍ଧାର କରିବାକୁ ଆସିଥିବା ସୋର ପୁଲିସକୁ ମଧ୍ୟ କାଠ ଗଡ଼ ପକାଇ ଅଟକ ରଖିଥିଲେ ଗ୍ରାମବାସୀ । ଫଳରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/21/witch-2025-09-21-16-30-28.jpg)