ନିମ୍ନମାନର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ : ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମୁହାଁମୁହିଁ

Advertisment

ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମୁହାଁମୁହିଁ । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର କନ୍ୟାନଗରୀ ଗାଁରେ ପାନୀୟ ଜଳ ପ୍ରକଳ୍ପରେ ନିର୍ମାଣ ହେଉଥିବା ପାଣି ଟାଙ୍କି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମୁହାଁମୁହିଁ । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର କନ୍ୟାନଗରୀ ଗାଁରେ ପାନୀୟ ଜଳ ପ୍ରକଳ୍ପରେ ନିର୍ମାଣ ହେଉଥିବା ପାଣି ଟାଙ୍କି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Screenshot 2026-02-04 090548

Photograph: (kanaknews)

କନକ ବ୍ୟୁରୋ : ପାନୀୟ ଜଳପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା  ଅଭିଯୋଗ । ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମୁହାଁମୁହିଁ । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର କନ୍ୟାନଗରୀ ଗାଁରେ ପାନୀୟ ଜଳ ପ୍ରକଳ୍ପରେ ନିର୍ମାଣ ହେଉଥିବା ପାଣି ଟାଙ୍କି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ : ଠିକାଦାର ସଂଘର କଡା ନିଷ୍ପତ୍ତି : ଏବେ ପାଟଣାଗଡରେ କାମ କରିପାରିବେନି ବାହାର ଠିକାଦାର

ଦୀର୍ଘ ୩ମାସ ଧରି ଚାଲିଥିବା  କାର୍ଯ୍ୟରେ  ବ୍ୟବହୃତ ସାମଗ୍ରୀ ନିମ୍ନ ମାନର ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକୁ  ତଦାରଖ କରିବା ସହିତ ବାଲିକୁ ଛାଣି କାର୍ଯ୍ୟ କରିବାକୁ ଠିକାଦାରକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଠିକାଦାର ନିଜ ମନମାନିରେ ନିମ୍ନମାନର କାର୍ଯ୍ୟକୁ ଗାଁ ଲୋକେ ପ୍ରବଳ ବିରୋଧ କରିବା ସହିତ ସଠିକ ଭାବରେ କାର୍ଯ୍ୟ କରିବାକୁ ଜିଦରେ ଅଟଳ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe