କନକ ବ୍ୟୁରୋ :ଇଡ୍କୋ କରିବ ଲ୍ୟାଣ୍ଡ୍ ବ୍ୟାଙ୍କ୍ , ପ୍ରତିଷ୍ଠା ହେବ ଶିଳ୍ପାନୁଷ୍ଠାନ । ରାଜସ୍ବ ପ୍ରଶମନ ବିଭାଗ ପକ୍ଷରୁ ନୋଟିସ ଲାଗିବା ପରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା । କେନ୍ଦ୍ରାପଡ଼ା ଜିଲ୍ଲା ତିଲକପୁର୍ରେ ୧୧୫ ଏକର ସ୍ଥିତିବାନ ସମ୍ପତ୍ତି ନେଇ ପ୍ରସ୍ତୁତ ହେବ ଶିଳ୍ପାନୁଷ୍ଠାନ । ଜମି ଅଧିଗ୍ରହଣ ନୋଟିସ ପରେ ଦାନା ବାନ୍ଧୁଛି ଆନ୍ଦୋଳନ । ଡେରାବିଶ ତିଲକପୁର୍ ଗାଁରେ ରାଜସ୍ବ ପ୍ରଶମନ ବିଭାଗ ପକ୍ଷରୁ ନୋଟିସ ଲାଗିଛି। ଜମି ଅଧିଗ୍ରହଣ ନେଇ ସେଥିରେ ଉଲ୍ଲେଖ ରହିଛି । ତିଲକପୁର୍ ଗାଁର ୨୯୩ଜଣ ବ୍ୟକ୍ତିଙ୍କର, ୧୧୫ ଏକର ଜମି ଇଡକୋକୁ ହସ୍ତାନ୍ତର ହେବ । ଏଥିପାଇଁ ଖୁବ୍ଶୀଘ୍ର ଜନଶୁଣାଣି କରାଯିବ । ଏହି ଖବର ଜଣାପଡ଼ିବା ପରେ ଲୋକଙ୍କ ଭିତରେ ଭାଳେଣି ପଡ଼ିଛି ।
ଶିଳ୍ପାନୁଷ୍ଠାନ ପାଇଁ ହରେଇବାକୁ ପଡ଼ିବ ଭିଟାମାଟି। ସ୍ଥିତିବାନ ସମ୍ପତ୍ତିକୁ ସରକାର କେମିତି ଚିହ୍ନଟ କଲେ? ଯଦି ଜମି ଅଧିଗ୍ରହଣ ହେଲେ, ଗ୍ରାମବାସୀ କୁଆଡ଼େ ଯିବେ? କ’ଣ କରିବେ? ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ତିଲକପୁର୍ ଗାଁର ଲୋକେ । ମରିବେ ପଛେ ଗାଁ, ଜମି ଛାଡ଼ିବେ ନାହିଁ ବୋଲି ପ୍ରାଶାସନିକ ଅଧିକାରୀଙ୍କୁ ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/24/24-2025-09-24-17-59-24.jpg)