୬ ଦଫା ଦାବି ନେଇ ୧୦ ଦିନ ହେବ ଗାଁ ଲୋକଙ୍କ ଆମରଣ ଅନଶନ, ରାଜସ୍ୱ ଗାଁ ହେବା ପରେ ବି ନା ବଦଳିଥିବା ଅଭିଯୋଗ

ଅତିରିକ୍ତ ବିଡ଼ିଓ ତ୍ରିଲୋଚନ ସେଠି ଏବଂ ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁ ଧାରଣାସ୍ଥଳରେ ପହଂଚିଥିଲେ । ଅନଶନକାରୀଙ୍କ ଠାରୁ ସେମାନଙ୍କ ଅଭିଯୋଗପତ୍ର ଆଣି ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ କହି ଫେରୁଥିଲେ। କିନ୍ତୁ କୌଣସି ପ୍ରତିଶୃତି ନମିଳିବାରୁ ରାଗିଯାଇଥିଲେ ଅନଶନକାରୀ। ସମସ୍ୟା ବୁଝିବାକୁ ଯଦି ଅସମର୍ଥ ତେବେ ଏଠାକୁ କାହିଁକି ଆସିଥିଲେ ବୋଲି ପ୍ରଶ୍ନ କରିଥିଲେ।

jajpur

କନକ ବ୍ୟୁରୋ :  ୬ ଦଫା ଦାବିରେ ୧୦ଦିନରେ ପହଞ୍ଚିଲା ଗାଁଲୋକଙ୍କ ଆମରଣ ଅନଶନ। ଘଟଣାସ୍ଥଳରେ ପହଁଚିଥିବା ଅଧିକାରୀଙ୍କୁ ଘେରିଗଲେ ଅନଶନକାରୀ, ଯାହାକୁ ନେଇ ରାଗିଯାଇଛନ୍ତି ଅଧିକାରୀ। ଯାଜପୁର ଦଶରଥପୁର ପାରିପଦା ଗାଁଲୋକେ ୬ ଦଫା ଦାବିରେ ଅନଶନରେ ବସିଛନ୍ତି । ଅତିରିକ୍ତ ବିଡ଼ିଓ ତ୍ରିଲୋଚନ ସେଠି ଏବଂ ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁ ଧାରଣାସ୍ଥଳରେ ପହଂଚିଥିଲେ । ଅନଶନକାରୀଙ୍କ ଠାରୁ ସେମାନଙ୍କ ଅଭିଯୋଗପତ୍ର ଆଣି ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ କହି ଫେରୁଥିଲେ। କିନ୍ତୁ କୌଣସି ପ୍ରତିଶୃତି ନମିଳିବାରୁ ରାଗିଯାଇଥିଲେ ଅନଶନକାରୀ। ସମସ୍ୟା ବୁଝିବାକୁ ଯଦି ଅସମର୍ଥ ତେବେ ଏଠାକୁ କାହିଁକି ଆସିଥିଲେ ବୋଲି ପ୍ରଶ୍ନ କରିଥିଲେ। କେବଳ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ। ଅଭିଯୋଗ ଅନୁସାରେ ପାରିପଦା ଗାଁକୁ ଗତ ୫ ବର୍ଷ ହେବ ରାଜସ୍ବଗ୍ରାମର ମାନ୍ୟତା ସରକାର ଦେଇଛନ୍ତି। କିନ୍ତୁ ବର୍ତମାନ ସୁଧା ୱେବ ପୋଟାଲରେ ପୂର୍ବ ରାଜସ୍ବ ଗ୍ରାମ ନିଜାମପୁର ରହିଛି, ରାସନ କାର୍ଡ, ଆୟୁଷ୍ମାନ କାର୍ଡ ଆଦି ଅତ୍ୟାବଶ୍ୟକ ତଥ୍ୟକୁ ସଂଶୋଧନ କରାଯାଇନାହିଁ। ଏଥିରେ ପୁରୁଣା ରାଜସ୍ବ ଗାଁ ନିଜାମପୁର ପରିବର୍ତ୍ତେ ପାରିପଦା କରିବାକୁ ଦାବି ହୋଇଛି। ଏହାଛଡ଼ା ପାରିପଦା ଗାଁକୁ ୪ଟି ୱାର୍ଡ ସହିତ ଅନ୍ୟ ଗାଁକୁ ମିଶାଇ ନୂତନ ପଞ୍ଚାୟତ କରିବାକୁ ଦାବି କରାଯାଇଛି। ଏଥିନେଇ ଗାଁଲୋକେ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଆଇଆଇସି, ମେଡିକାଲଙ୍କୁ ଅବଗତ କରାଯାଇଥିଲା। ମାତ୍ର କେହି ନଶୁଣିବାରୁ ଗାଁଲୋକେ ୩୦ ତାରିଖରୁ ଅନଶନରେ ବସିଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ  ଅନଶନରେ ବସିବେ ବସି ଗାଁଲୋକେ କହିଛନ୍ତି । 

ବାହାର ମେସିନରେ ୫୨ କିଲୋ, ମିଲରଙ୍କ ମେସିନରେ ୫୦ କିଲୋ । ବର୍ଷ ବର୍ଷ ଧରି ଚାଷୀଙ୍କୁ ଏମିତି ଲୁଟୁଥିଲେ ମିଲର, ଯାଜପୁର ଦଶରଥପୁରରୁ ଆସିଲା ମିଲରଙ୍କ ଚଞ୍ଚକତାର କାହାଣୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe