କନକ ବ୍ୟୁରୋ : ରେଢ଼ାଖୋଲ ଉପଖଣ୍ଡ, ନାକଟିଦେଉଳ ବ୍ଲକ ଅଂଚଳରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ। ଏହାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି। ପୀଡ଼ିତା ଜଣକ ଗତ ଶୁକ୍ରବାର ସକାଳୁ ଗାଧୋଇ ଯାଇ ଘରକୁ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ଜଙ୍ଗଲ ନିକଟ ଏକ ଖାଲରେ ପୀଡ଼ିତାଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ଗାଁର ହରି ବେହେରା ନାମକ ଯୁବକକୁ ଅଟକ ରଖି ତଦନ୍ତ କରୁଛି । ତେବେ ଗତ ଶୁକ୍ରବାର ଠାରୁ ଏତଲା ଦେଲାପରେ ମଧ୍ୟ ପୋଲିସ୍ ତଦନ୍ତରେ ଅବେହେଳା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଓ ଗ୍ରାମବାସୀ। ଗ୍ରାମର ଲୋକ ଏକ ମିଟିଙ୍ଗ କରି ମିଳିତ ଖୋଜା ଖୋଜି କରି ମୃତ ଦେହ ଠାବ କରିଥିଲେ । ଘଟଣା ସ୍ଥଳରେ ନାକଟିଦେଉଳ ଆଇଆଇସି, ରେଢ଼ାଖୋଲ ଆଇଆଇସି, ଏସଡିପିଓ ପହଂଚିଛନ୍ତି। ପୋଲିସ ଅବେହେଳା କରିଥିବା ଅଭିଯୋଗ ନେଇ ରାଞ୍ଚି -ବିଜୟୱାଡକ୍ଷ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।
ଶୁକ୍ରବାର ଠାରୁ ନିଖୋଜ ଥିଲେ ମହିଳା, ଜଙ୍ଗଲ ପାଖରୁ ମିଳିଲା ମୃତଦେହ । ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣି ଗ୍ରାମବାସୀଙ୍କ ରାସ୍ତାରୋକ
/kanak/media/media_files/AllpTbBh6sgQKlpsjkTG.jpg)