କନକ ବ୍ୟୁରୋ : ପର୍ୟ୍ୟାବରଣ ସୁରକ୍ଷା ପାଇଁ କଳ କାରଖାନାଗୁଡିକ ସ୍ଵତନ୍ତ୍ର ରୂପେ ସିଏସଆର ଅନ୍ତର୍ଗତ ପାଖାପାଖି ଗ୍ରାମାଞ୍ଚଳ ତଥା ଜନବସତିର ଉନ୍ନତି ସହିତ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେବାର ଆଇନି ଗତ ବ୍ୟବସ୍ଥା ରହିଛି କ୍ଷ ମାତ୍ର ଢ଼େଙ୍କାନାଳ ଇଣ୍ଡିଆନ ପଟାସ ଲିମିଟେଡ କମ୍ପାନୀ ଏହାର ଖୁଲମଖୁଲା ଉଲଂଘନ କରୁଛି। ଯାହାର ପ୍ରମାଣ କନକ ନ୍ୟୁଜର ହସ୍ତଗତ ହେଇଛି ।

Advertisment

୫୫ ନଂ ଜାତୀୟ ରାଜପଥକୁ ଲାଗି ରହିଛି ଇଣ୍ଡିଆନ ପଟାସ ଲିମିଟେଡ କମ୍ପାନୀ। ଶହେ ଏକର ଜମିରେ ସାର କାରଖାନା। ଏହି କାରଖାନା ପାଇଁ ଦୁର୍ଦୀନରେ କାଳ କାଟୁଛନ୍ତି କାରଖାନା ନିଟକରେ ଥିବା ଗ୍ରାମବାସୀ। ବର୍ଷାଦିନେ କମ୍ପାନୀର ବିଷାକ୍ତ ବର୍ଜ୍ୟବସ୍ତୁକୁ ଅନ୍ୟତ୍ର ନେବା ବଦଳରେ ଗାଁ ମନ୍ଦିର ରାସ୍ତା ତଳେ ପାଣିରେ ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି । କଳା ଦୁର୍ଗନ୍ଧପୂର୍ଣ୍ଣ ବିଷାକ୍ତ ପାଣି କାହା ଅଗଣାରେ ପଶୁଛି ତ କାହା ବାଡ଼ି ବଗିଚାକୁ ପ୍ରଭାବିତ କରୁଛି।

ସାର କାରଖାନାର ବିଷାକ୍ତ ପାଣି ପ୍ରଭାବରେ ଦୂଷିତ ହେଉଛି କୂଅ, ପୋଖରୀ ପାଣି କ୍ଷ ବିଲ ବାଡ଼ିରେ ଫସଲ ହେଉନାହିଁ। ପାନୀୟ ଜଳ ପାଇଁ ଲୋକମାନେ ଡହଳବିକଳ ହେଉଛନ୍ତି। ଜମିହରାଙ୍କୁ ଚାକିରି ତ ମିଳିଲାନି, ଉପହାର ସୂରୁପ ବିଭିନ୍ନ ପ୍ରକାର ରୋଗ ମିଳିଥିବା କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ କ୍ଷ