କନକ ବ୍ୟୁରୋ : ରାସ୍ତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ନୟାଗଡ଼ ସଦର ଥାନା ଅନ୍ତର୍ଗତ ୩ଟି ପଞ୍ଚାୟତର ଏକାଧିକ ଗାଁର ଅଧିବାସୀ ରାସ୍ତାରୋକ ପାଇଁ ପ୍ରସ୍ତୁତ ହେଉଛନ୍ତି । ରାସ୍ତାକଡ଼ରେ ବ୍ୟାନର ବାନ୍ଧି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ପ୍ରାଶାସନିକଙ୍କ ଅଧିକାରୀ ସେମାନଙ୍କୁ ବୁଝାଶୁଝା କରିଛନ୍ତି । ହେଲେ ସମାଧାନର ବାଟ ବାହାରି ପାରିନାହିଁ । ତେଣୁ ରାସ୍ତାରୋକ କରିବାକୁ ଅଡ଼ି ବସିଛନ୍ତି ।

Advertisment

ରାସ୍ତା ନିର୍ମାଣକୁ କେନ୍ଦ୍ର କରି ୮ ବର୍ଷ ହେଲା ବିବାଦ ଲାଗି ରହିଛି । ଗୁଡ଼ୁପାଙ୍ଗି ଗାଁ ଓ ୧୭ ଖଣ୍ଡ ମୌଜା ମଧ୍ୟରେ ବିବାଦ ଲାଗିରହିଛି । ମାଳିସାହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କିଛି ଗାଁକୁ ରାସ୍ତା ନିର୍ମାଣ ବେଳେ ଗୁଡ଼ୁପାଙ୍ଗି ଗ୍ରାମବାସୀ ବିରୋଧ କରୁଛନ୍ତି । ଏହାକୁ ନେଇ ପୂର୍ବରୁ ବିଭିନ୍ନ ସମୟରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରଶାସନ ବୁଝାସୁଝା କରିଥିଲା । ହେଲେ କୌଣସି ସ୍ଥାୟୀ ସମାଧାନ କରାଗଲା ନାହିଁ । ତେଣୁ ପ୍ରତିବାଦରେ ଆଜି ଆନ୍ଦୋଳନକାରୀ ଜାତୀୟ ରାଜପଥ ଅବରୋଧ ପାଇଁ ଚେତାବନୀ ଦେଇଥିଲେ । ଆଜି ପୁଣି ପ୍ରାଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ ।