କନକବ୍ୟୁରୋ : କବାଟ ବିହୀନ ଗାଁ ।  ମହାରାଷ୍ଟ୍ର ଶନି ସିଙ୍ଗାପୁର କଥା ଆପଣମାନେ ଜାଣିଛନ୍ତି। ସେଠାରେ କାହାରି ଘରର ମୁଖ୍ୟ ଦ୍ୱାରରେ କବାଟ ନାହିଁ  । ଓଡ଼ିଶାରେ ବି ସେମିତି ଗାଁ ଅଛି । ବିଶ୍ୱାସ ଅଛି, ଗ୍ରହରାଜ ଶନିଶ୍ଚର କୁଆଡ଼େ ଶନି ସିଙ୍ଗାପୁରକୁ ଜଗନ୍ତି ।  ଭଦ୍ରକ ଜିଲ୍ଲାର ଏହି ଗାଁକୁ ମାଆ ମଙ୍ଗଳା ସାହା ବୋଲି ବିଶ୍ୱାସ କରନ୍ତି ଗ୍ରାମବାସୀ  ।  ତେଣୁ କାହାରି ଘରେ କବାଟ ଲାଗିନାହିଁ  ।   ଚାଳ ଘର ହେଉ ବା କୋଠା ଘର, ସବୁ ଘରର ମୁଖ୍ୟଦ୍ୱାର ଖୋଲା ରହିଛି । କେବେ ଚୋରି  ମଧ୍ୟ ହୋଇନାହିଁ ଏହି ଗାଁରେ ।  

Advertisment

ଭଣ୍ଡାରିପୋଖରୀ ନପଙ୍ଗ ପଞ୍ଚାୟତର ବାଙ୍କମୁହାଁ ଗାଁ  ।  ଗାଁରେ ରୁହନ୍ତି ୩ଶହରୁ ଅଧିକ ପରିବାର ।  ଅଜବ ବିଶ୍ୱାସ ସହ ବଞ୍ଚିନ୍ତି ଗ୍ରାମବାସୀ  ।  ମା' ମଙ୍ଗଳାଙ୍କ ଭୟରେ ଘର ମୁଖ୍ୟ ଦ୍ୱାରରେ କେହି କବାଟ ଲଗାଉ ନାହାନ୍ତି ।  ମନରେ ଭୟ ରହିଛି, ଘରେ କବାଟ ଲଗାଇଲେ କି ଘରେ ଢ଼ିଙ୍କି କୁଟିଲେ ମାଆ କୋପ କରିବେ, ବଂଶ ବୁଡ଼ି ଯିବ ।  ଆଉ ମାଆଙ୍କୁ ପୂଜା କଲେ ଗାଁକୁ କେବେ ବିପଦ ଆସିନଥାଏ ।  ବର୍ତ୍ତମାନ କିଛି ବ୍ୟକ୍ତି ଏହି ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ ଉଦ୍ୟମ କରିଛନ୍ତି । ମାଆଙ୍କୁ ପୂଜାର୍ଚ୍ଚନା କରିବା ପରେ ଘରେ ଲୁହା ଗେଟ ଲଗାଇଥିବା ଦେଖିବାକୁ ମିଳୁଛି  ।